ପୁଣି ଅଶାନ୍ତ ପୁରୀ;ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବ୍ୟକ୍ତିଗତ ସହାୟକ ଓ  ସହଯୋଗୀ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ, 

ପୁରୀ: ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବ୍ୟକ୍ତିଗତ ସହାୟକ  ଭବାନୀ ପ୍ରସାଦ ସାହୁ ଓ ସହଯୋଗୀ ସୋମନାଥ ସାହୁଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଉଭୟ ଭୁବନେଶ୍ୱରକୁ ସ୍ଥାନାନ୍ତରିତ, ସିଟି ଡିଏସପିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ତଦନ୍ତ କରୁଛି ପୁରୀ ପୋଲିସ l

ରବିବାର ବିଳମ୍ବିତ ରାତିରେ ପିଏ ଭବାନୀ ସାହୁ ଓ ସହଯୋଗୀ ସୋମନାଥ ସାହୁଙ୍କୁ କେତେକ ଦୁର୍ବୃତ ମରଣାନ୍ତକ ଆକ୍ରମଣ କରିଛନ୍ତିି ।ଆକ୍ରମଣରେ ଭବାନୀଙ୍କ ହାତ ଓ ଶରୀରରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି lଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତି କରାଯାଇଛି । । ତେବେ କିଏ ଓ କାହିଁକି ଏହି ଆକ୍ରମଣ କରିଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ଅଧିକ ଖୋଳତାଡ ଚଳାଇଛି ପୁଲିସ । 

Leave a Reply

Your email address will not be published. Required fields are marked *