ନିରୀହ ଜୀବନ ସହିତ ଖେଳୁଛି ଏଞ୍ଜେନ କମ୍ପାନୀ

ସେସୁ ଦ୍ୱାରା ବିଦ୍ୟୁତ ବିଲ ଆଦାୟ ଏବଂ ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ ଏଞ୍ଜେନ କମ୍ପାନୀ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସେମାନଙ୍କର ମୌଳିକ ସୁବିଧା ଯଥା ନିୟମିତ ଦରମା , EPF , ESI , ରୁ ବଂଚିତ କରାଯାଉଛି ଏବଂ କର୍ମଚାରୀ ମାନଙ୍କୁ ବିନା କାରଣରେ ଛଟେଇ କରାଯାଉଛି ଯାହାକୁ ବିରୋଧ କରି   ଜଗତସିଂହପୁର  ଏଂଜେନ ଠିକା   ସଂଘ ତରଫରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା I କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରିବା ପରିବର୍ତେ  ଏଞ୍ଜେନ କର୍ତ୍ତୃପକ୍ଷ ଅନଭିଜ୍ଞ  କର୍ମଚାରୀ ଙ୍କୁ ନେଇ ଅସ୍ଥାୟୀ ଭାବରେ  ବିଦ୍ୟୁତ ଭଳି ଏକ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିଥିଲା  ଯେଉଁଥିପାଇଁ ଗତକାଲି  ଫିରୋଜ ଖାନ ନାମକ ଜଣେ ଯୁବକ ବିଦ୍ୟୁତ  ରକ୍ଷଣାବେକ୍ଷଣ   କାର୍ଯ୍ୟ  କରୁଥିବା ବେଳେ ବିଦ୍ୟୁତ ଝଟକାରେ ଫିରୋଜଙ୍କର   ହାତ , ଗୋଡ ଗୁରୁତର ଭାବରେ ଜଳିଯାଇଛି  I ଏହାକୁ ନେଇ ଏଂଜେନ ଠିକା   ସଂଘ ତରଫରୁ ତୀବ୍ର ନିନ୍ଦା କରାଯିବା ସହିତ  ଅଣ ତାଲିମ ପ୍ରାପ୍ତ କର୍ମଚାରୀ ଙ୍କ ଜୀବନ ସହିତ ନଖେଳି  ନିୟୋଜିତ  କର୍ମଚାରୀ ମାନଙ୍କର ସମସ୍ୟା  ର ସମାଧାନ ନିମନ୍ତେ  ତୁରନ୍ତ  ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ କିଛି ଅପ୍ରୀତିକର ପରିସ୍ଥିତି ପାଇଁ ଏଞ୍ଜେନ କର୍ତ୍ତୃପକ୍ଷ ଦାୟୀ ରହିବେ I

Leave a Reply

Your email address will not be published. Required fields are marked *