ସୈତାନ ଶଶୁର ଙ୍କ ବୋହୁ ଉପରେ ଲୋଲୁପ ଦୃଷ୍ଟି :- ଭିଡ଼ିଓ ହେଲା ଭାଇରଲ

ଶ୍ୱଶୁର ବାପା ସମାନ। ହେଲେ ସେ ଏମିତି କାଣ୍ଡ କଲେ ଯେ, ନିଜ ଲାଜକୁ ତଳେ ପକାଇଲି । ଶ୍ୱଶୁରଙ୍କ ସଇତାନ୍‌ ସ୍ୱରୂପକୁ ଦୁନିଆ ଆଗକୁ ଆଣିବାକୁ ବାଧ୍ୟ ହୋଇ ନିଜ ଭିଡିଓ ଭାଇରାଲ କଲି।” ଜଣେ ମହିଳା ଥାନାରେ ଏମିତି କହିବା ପରେ ସମସ୍ତେ ହତବାକ୍‌ ହୋଇଗଲେ। ଘଟଣାଟି ଆମ ପଡୋଶୀ ରାଜ୍ୟ ଝାରଖଣ୍ଡର। ଓଡିଶା ସୀମାନ୍ତ ଜାମସେଦପୁର ଅଞ୍ଚଳର ଏହି ଚାଞ୍ଚଲ୍ୟକର ଭିଡିଓଟି ପୋଲିସ ହାତରେ ଲାଗିବା ପରେ ଅଭିଯୁକ୍ତ ଶ୍ୱଶୂରଙ୍କୁ ଗିରଫ କରିଛି ପୋଲିସ।

ଘଟଣାଟି ହେଉଛି ଏମିତି। ରୋଷେଇ ଘରେ ବୋହୂ ମିନତୀ(ଛଦ୍ମନାମ) ହଳଦିଆ ରଙ୍ଗର ସାଲୱର ପିନ୍ଧି ରୋଷେଇ କରୁଥାନ୍ତି। ଅଣ୍ଟାରେ ଖୋସା ହୋଇଥାଏ ନାଲି ଓଢଣୀ। ଆଉ ଏଇ ଦୃଶ୍ୟକୁ ଶ୍ୱଶୂର ଓମ୍‌ପ୍ରକାଶ ଜୟସ୍ୱୱାଲ ଦେଖି ବିଚଳିତ ହୋଇପଡନ୍ତି। ଝିଅ ସମାନ ବୋହୂର ଦେହକୁ ଦେଖି ନିଜ ମାନସିକ ସନ୍ତୁଳନ ହରାଇ ବସନ୍ତି। ହଠାତ୍‌ ପଶି ଆସନ୍ତି ରୋଷେଇ ଘରକୁ। ପଛପଟୁ ଜାବୁଡି ଧରନ୍ତି ବୋହୂକୁ। ମିନତୀ ତାଙ୍କ ଇରାଦା ବୁଝିପାରି ହାତ ଛିଞ୍ଚାଡୁଥାନ୍ତି। ହେଲେ କାମୁକ ଓମ୍‌ ନଛୋଡବନ୍ଦା। ବୋହୂଙ୍କୁ ବଳପୂର୍ବକୁ ଚୁମ୍ବନ ଦେବାକୁ ବାରମ୍ବାର ଚଷ୍ଟା କରନ୍ତି ଆଉ ତା ପରେ ତାଙ୍କ ହାତ ମିନତୀଙ୍କ ଶରୀରର ଏମିତି ଯାଗାକୁ ଛୁଏଁ ଯାହାକୁ ଲେଖିବା ଆଉ ସେ ଦୃଶ୍ୟ ବର୍ଣ୍ଣନା କରିବା ଆମପାଇଁ ଖୁବ୍‌ ଲଜ୍ୟାଦାୟକ। ଏମିତିକି ଏହାକୁ ଦେଖିବା ପରେ ଆପଣଙ୍କ ମୁଣ୍ଡ ବି ନଇଁଯିବ। ଶ୍ୱଶୂର ବୋହୂର ପବିତ୍ର ସମ୍ପର୍କକୁ ଏଠି ଆପଣ ବରଦାସ୍ତ କରିପାରିବେନି ଆଉ ଛି ବୋଲି ନିଶ୍ଚିତ କହିବେ।

Leave a Reply

Your email address will not be published. Required fields are marked *