ସମାଜର ଅବହେଳିତ, ନିଷ୍ପେସିତଙ୍କ ହକ୍‌ ପାଇଁ ଲଢ଼େଇ କରନ୍ତୁ ଆଇନ୍‌ ଛାତ୍ର: ରାଷ୍ଟ୍ରପତି ରାମନାଥ କୋବିନ୍ଦସମାଜର ଅବହେଳିତ, ନିଷ୍ପେସିତଙ୍କ ହକ୍‌ ପାଇଁ ଲଢ଼େଇ କରନ୍ତୁ ଆଇନ୍‌ ଛାତ୍ର: ରାଷ୍ଟ୍ରପତି ରାମନାଥ କୋବିନ୍ଦ

କଟକ/ପୁରୀ: ‘ଆଇନ୍‌’ର ପରିସର ଦିନକୁ ଦିନ ବଢ଼ିବାରେ ଲାଗିଛି। ସମାଜର ଅବହେଳିତ ଓ ନିଷ୍ପେସିତଙ୍କ ହକ୍‌ ପାଇଁ ଆଇନ୍‌ ଛାତ୍ରଛାତ୍ରୀମାନେ ଲଢ଼େଇ କରନ୍ତୁ ବୋଲି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର କହିଛନ୍ତି। କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ୩ୟ ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ରପତି ଅଭିଭାଷଣ ଦେଇ କହିଛନ୍ତି, ଅଦାଲତଙ୍କ ଗୁୁରୁତ୍ୱପୂର୍ଣ୍ଣ ରାୟ ସବୁ ସ୍ଥାନୀୟ ଭାଷାରେ ଅନୁବାଦ ହେବା ଦରକାର। ଆଇନ ସଚେତନତା ରହିଲେ ସବୁ ବର୍ଗର ଲୋକେ ଉପକୃତ ହେବେ ବୋଲି ରାମନାଥ କହିଛନ୍ତି।

ରାଷ୍ଟ୍ରପତି କୋବିନ୍ଦ କଟକ କାର୍ଯ୍ୟକ୍ରମ ଶେଷ କରି ପୁରୀରେ ପହଞ୍ଚିଛନ୍ତି। ସେ ରବିବାର ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କୋବିନ୍ଦ ଶନିବାର ପୁରୀ ସର୍କିଟ ହାଉସରେ ସପରିବାର ରାତ୍ରି ଯାପନ କରିବେ। କୋବିନ୍ଦ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ଜଣାଇ ସର୍କିଟ ହାଉସକୁ ନିଆଯାଇଥିଲା।

Leave a Reply

Your email address will not be published. Required fields are marked *