ସାକ୍ଷୀଗୋପାଳ ହସ୍ପିଟାଲ ରେ   ରୋଗୀସେବା ବିପର୍ଯ୍ୟସ୍ତ : ପ୍ରଶାସନ ର ଅବହେଳା  ପ୍ରତିବାଦରେ  ସାକ୍ଷୀଗୋପାଳ ବଜାର ବନ୍ଦ ,

ସାକ୍ଷୀଗୋପାଳ ସରକାରୀ ଡାକ୍ତରଖାନାରେ  ଆବଶ୍ୟକ ପରିମାଣର  ଡାକ୍ତର ଙ୍କ ଅଭାବ ଯୋଗୁଁ ରୋଗୀସେବା ବିପର୍ଯ୍ୟସ୍ତ  ହେଇପଡ଼ିଚି  ଯାହାକୁ ନେଇ  ସତ୍ୟବାଦୀ ମହୋତ୍ସବ କମିଟି  ତରଫରୁ ବାରମ୍ବାର ପ୍ରଶାସନ କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ I 

 ବିଡମ୍ବନା ର ବିଷୟ  ରୋଗୀମାନେ ଦୈନିକ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ସ୍ଥାନୀୟ  ଲୋକପ୍ରତିନିଧି ତଥା ଶାସକ ଦଳ  ବିଧାୟକ  ଚୁପ ରହିବା  ସାଧାରଣ ଜନତା ତୀବ୍ର ନିନ୍ଦା କରିଛନ୍ତି I  ପ୍ରଶାସନ ର ନିଷ୍କ୍ରିୟତା   ପ୍ରତିବାଦରେ ସତ୍ୟବାଦୀ ମହୋତ୍ସବ କମିଟି ତରଫରୁ  19 ତାରିଖରୁ ଦୀର୍ଘ  ୫ ଦିନ ଧରି ଡାକ୍ତଖାନାରେ ଧାରଣା ଦିଆଯାଇଅଛି I କୌଣସି ସୁଫଳ ନମିଳିବାରୁ ଆଜି   ସାକ୍ଷୀଗୋପାଳ ବଜାର ବନ୍ଦ ପାଇଁ ଡାକରା ଦିଆଯାଇଥିଲା ଯାହାକୁ ସମର୍ଥନ କରି ସତ୍ୟବାଦୀ ମହୋତ୍ସବ କମିଟି ଦ୍ଵାରା ପ୍ରସ୍ତାବିତ ବଜାର ବନ୍ଦକୁ ସାକ୍ଷୀଗୋପାଳ ବାସି   ସଫଳ  କରିଥିଲେ , ଏନେଇ  ସତ୍ୟବାଦୀର ସମସ୍ତ ବ୍ୟବସାୟୀ ବନ୍ଧୁମାନଙ୍କୁ  ବୀନମ୍ର ଧନ୍ୟବାଦ ଜଣାଇଛି କମିଟି I 

 ଆନ୍ଦୋଳନ କୁ ସମର୍ଥନ କରି ସତ୍ୟବାଦୀର ବିଜେପି ଯୁବନେତା ଓମ୍ ପ୍ରକାଶ ମିଶ୍ର ଏବଂ .ସତ୍ୟବାଦୀର ପୂ. ବିଧାୟକ ରମାରଞ୍ଜନ ବଳିଆରସିଂ   ଗଣଧାରଣାରେ ଯୋଗଦାନ କରିଥିଲେI 

ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଅତି ତୀବ୍ରତର କରାଯିବ ବୋଲି କମିଟି ସୂଚନା ଦେଇଛି I 

ସତ୍ୟବାଦୀ ମହୋତ୍ସବ କମିଟି ତରଫରୁ ସମ୍ପାଦକ  ଜାନକୀ ବଲ୍ଲଭ ବରାଳ , ସଭାପତି  ଜାନକୀ ବଲ୍ଲଭ ମିଶ୍ର , ଦୀପକ ଶତପଥୀ,ଜୟପୁର ସରପଂଚ ବିଶ୍ୱଜିତ ମହାପାତ୍ର ,  ପୂର୍ବତନ ସରପଂଚ ପ୍ରାଚୁର୍ଯ୍ୟ ହୋତା , ରମାବଲ୍ଲଭ ବରାଳ , ଅଶୋକ ରାଉତରାୟ ,ଦୁର୍ଗେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *