ସରକାର ଙ୍କ ଆଶା କର୍ମୀ  ଙ୍କୁ ଉପହାର : ମାସିକ ୨ ହଜାର ଟଙ୍କାର ପାରିତୋଷିକ

ଏଣିକି ଆଶା କର୍ମୀ  ମାନଙ୍କୁ ମାସିକ ୨ ହଜାର ଟଙ୍କାର ନିଶ୍ଚିତ ପାରିତୋଷିକ ଦିଆଯିବ ଏନେଇ ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ  ଘୋଷଣା କରିଛନ୍ତି  I ଏହି  ନୂଆ ନିୟମରେ ଉପକୃତ ହେବେ ରାଜ୍ୟର ୪୭ ହଜାର ଆଶାକର୍ମୀ  I   ଏଥିପାଇଁ ବାର୍ଷିକ ମୋଟ ଅଟକଳ ବ୍ୟୟ ବରାଦ  ୧୫୭ କୋଟି ଟଙ୍କା ରଖାଯାଇଛି । ସରକାର ଙ୍କ ଏହି ନିଷ୍ପତି କୁ ରାଜ୍ୟର ସମସ୍ତ ଆଶାକର୍ମୀ ସ୍ୱାଗତ କରିଛନ୍ତି I 

 ଏଥିସହିତ  ଆଶାକର୍ମୀ ମାନଙ୍କ ପାଇଁ ‘ଆଶା ମାତୃତ୍ୱ’ ଯୋଜନା ଘୋଷଣା କରାଯାଇଛି ।ଏହି ଯୋଜନାନୁଯାଇ  ଆଶା କର୍ମୀମାନଙ୍କୁ ଗର୍ଭାବସ୍ଥାରେ ୭ ମାସ ଠାରୁ ଶିଶୁ ଜନ୍ମର ୩ ମାସ ପର୍ଯ୍ୟନ୍ତ ଅତିରିକ୍ତ ପାରିଶ୍ରମିକ ଭାବେ ମାସକୁ ୧ହଜାର ଟଙ୍କା ଲେଖାଏଁ  ଦିଆଯିବ  । ସୂଚନା ଥାଉ କି ଆଗରୁ ଆଶା କର୍ମୀ ମାନଙ୍କୁ କୌଣସି ନିଶ୍ଚିତ ପାରିତୋଷିକ  ଦିଆଯାଉନଥିଲା ,

Leave a Reply

Your email address will not be published. Required fields are marked *