ବିଶ୍ୱ ପାଇଁ ଏକ ଘଣ୍ଟା ଆଲୁଅ ବନ୍ଦ : ସାମିଲ ହୁଅନ୍ତୁ ଆଜି ର ଆର୍ଥ ଆୱାର ରେ

ବର୍ତମାନ ପୃଥିବୀର ଜଳବାୟୁ ପରିବର୍ତନ ଏକ ଉଦବେଗ ଜନକ ଜନକ ଅବସ୍ଥାରେ ପହଞ୍ଚିଲାଣି ।  ସମଗ୍ର ବିଶ୍ୱ ର ଉତ୍ତାପ ହୁ ହୁ ହେଇ ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ତାପଜ ବିଦ୍ୟୁତ ମଧ୍ୟ ବହୁ ପରିମାଣରେ ଦାୟୀ । ଅନାବଶ୍ୟକ ବିଦ୍ୟୁତ ବ୍ୟବହାର ରୋକି କିଛି ସମୟ ପାଇଁ ବିଶ୍ୱ କୁ ଉତ୍ତାପ ଏବଂ ପ୍ରଦୂଷଣ ବୃଦ୍ଧି ରୁ ରକ୍ଷା କରିବାକୁ ଆଜି ସମଗ୍ର ବିଶ୍ୱ ରେ ପାଳନ ହେଉଛି  ‘ଆର୍ଥ ଆୱାର’। ଏହା  ୨୦୦୭ ମାର୍ଚ୍ଚ ୩୧ତାରିଖରେ  ଅଷ୍ଟ୍ରେଲିଆର ସିଡନୀରେ ପ୍ରଥମେ ପାଳିତ ହେଇଥିଲା ଏବଂ ପରେ ଏଥିରେ ସମଗ୍ର ବିଶ୍ୱ ସାମିଲ ହେଇଥିଲା  । । ପ୍ରଥମେ ପୃଥିବୀର ବିଭିର୍ଣ୍ଣ ସ୍ଥାନରୁ ୩୫ଟି ଦେଶ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିବାବେଳେ ୪୦୦ରୁ ଅଧିକ ସହର ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ । । ଆମ ଓଡ଼ିଶାରେ ୨୦୧୦ ମସିହାରୁ ଏହି ଆର୍ଥ ଆୱାର କାର୍ଯ୍ୟକ୍ରମ କରାଯାଉଛି ।  ଓଡ଼ିଶାରେ ସମସ୍ତ ବିଦ୍ୟୁତ୍‍ ଉପଭୋକ୍ତାଙ୍କୁ , ଓଡିଶା ଉପଭୋକ୍ତା ମହାସଂଘ ତରଫରୁ ଆର୍ଥ ଆୱାର ପାଳନ କରିବାକୁ ନିବେଦନ କରାଯାଇଛି । ସନ୍ଧ୍ୟା ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ୟ୍ୟନ୍ତ  ଜରୁରୀ ନଥିବା ବିଦ୍ୟୁତ୍‍ ବତି ଓ ବୈଦ୍ୟୁତିକ ସରଞ୍ଜାମ ବନ୍ଦ ରଖିବା ପାଇଁ  ସମସ୍ତଙ୍କୁ ନିବେଦନ ।


 ଏନେଇ  ଗତକାଲି ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପଭୋକ୍ତା ମହାସଂଘର ସଭାପତି ରମେଶ ଚନ୍ଦ୍ର ଶତପଥି ୨୪-୩-୨୦୧୮ ଦିନ ରାତି ୮ଟାରେ ଏକ ମହାବତୀ ଶୋଭାଯାତ୍ରା ପାୱାର ହାଉସ ଠାରୁ ବାହାରି ରାଜଭବନ ନିକଟରେ ପହଞ୍ଜିବ । ଓଡ଼ିଶାର ବିଦ୍ୟୁତ ସଂଘଠନ ମାନଙ୍କର ମିଳିତ ସହଯୋଗରେ    ରାଜଭବନ ନିକଟରେ ୧ ଘଣ୍ଟା ଧରି ଆର୍ଥ ଆୱାର ପାଳନ କରାଜିବ  ଏଥିରେ  ବିଦ୍ୟୁତ ଉପଭୋକ୍ତା ମହାସଂଘ ଓ ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘର ସଭାପତି ରମେଶ ଶତପଥୀ,  ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ର ପ୍ରଶାନ୍ତ ମହାପାତ୍ର ଓ ସଂଜୀବ ବେହେରା,ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡେରେସନ  ସଂଗଠନର ଯତୀନ୍ଦ୍ର କୁମାର ରାୟ, ପଶ୍ଚିମ ଓଡିଶା ଶ୍ରମିକ କର୍ମଚାରୀ ସଙ୍ଘ ପ୍ରମୁଖ  ସାମିଲ ହେବେ

Leave a Reply

Your email address will not be published. Required fields are marked *