ମଦ ଦୋକାନ ଭାଙ୍ଗିଲେ ବୋଲି ମହିଳା ମାନଙ୍କ ବିରୁଧରେ ମାମଲା  ଏଇ ଓଡ଼ିଶାରେ

ନିଶା ଉଜାଡିଦିଏ ସଂସାର , ନିଶା କୁ ରୋକିବା ସରକାର ଙ୍କ ଦାୟିତ୍ୱ , ତେବେ ସରକାର ଙ୍କ ବିଫଳତା ହେଉ କିମ୍ବା ରାଜସ୍ବ ଲୋଭ ହେଉ ଦିନକୁ ଦିନ ରାଜ୍ୟରେ ଛତୁ ଫୁଟିଲା ଭଳି ମଦ ଦୋକାନ ଖୋଲିବାରେ ଲାଗିଛି I ଯାହାକୁ ବିରୋଧ କରି କିଛି ଜାଗାରେ ମହିଳା ମାନେ ଏକତ୍ରିତ ହୋଇ  ଅନେକ ମଦ ଦୋକାନ କୁ  ଭାଙ୍ଗିଛନ୍ତି I ମହିଳା ମାନଙ୍କର ଏପରି ପ୍ରୟାସ କୁ ହୁଏତ ବୁଦ୍ଧିଜୀବୀ ମାନେ ସ୍ୱାଗତ କରିଥାଇପାରନ୍ତି ହେଲେ ସରକାର ଙ୍କ ତରଫରୁ  ସେମାନଙ୍କ ବିରୁଦ୍ଧରେ ରୁଜୁ ହେଇଛି ମାମଲା  I ମିଳିଥିବା ସୂଚନା ଅନୁଯାଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀ ପଚାରିଥିବା ଏକ   ପ୍ରଶ୍ନର ଉତରରେ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା  କହିଛନ୍ତି ଯେ  ବିଭିନ୍ନ ଜିଲ୍ଲାରେ ମହିଳା ତଥା ସ୍ୱୟଂସହାୟିକା ଗୋଷ୍ଠୀ ଦ୍ୱାରା ମଦ ଦୋକାନ ଭଙ୍ଗାଯିବା ଘଟଣା ରେ  ଆନ୍ଦୋଳନକାରୀମାନଙ୍କ ବିରୋଧରେ ମାମଲା ରୁଜୁ କରିବା ପୋଲିସ ବିଭାଗର ପରିସରଭୁକ୍ତ । ମଦ ଦୋକାନ ଭଙ୍ଗାରୁଜା  ଅଭିଯୋଗରେ   ପାଖାପାଖି ୩୬ଟି ମାମଲା ମହିଳାଙ୍କ ବିରୋଧରେ ରୁଜୁ ହେଇଛି I

Leave a Reply

Your email address will not be published. Required fields are marked *