ଫେଡ଼କୋ  କର୍ମଚାରୀ ଙ୍କୁ  ଆକ୍ରମଣ  କରି ଅଭିଯୁକ୍ତ  ଗିରଫ

ସାକ୍ଷୀଗୋପାଳ   ବିଦ୍ୟୁତ ସବଡ଼ିଭିଜନ ଅନ୍ତର୍ଗତ ସାତଶଂଖ ନିକଟସ୍ଥ  ସୁଲତାନ ନଗର  ଗ୍ରାମରେ  ଫେଡ଼କୋ କନିଷ୍ଠ ଯନ୍ତ୍ରୀ ରଜନୀ ସାହୁ ଙ୍କ ସହିତ  ସଞ୍ଜୟ ଛାଟଇ,  ଲାଇନମ୍ୟାନ ଲକ୍ଷ୍ମୀଧର ମିଶ୍ର  ଏବଂ ଅନ୍ୟ ଦୁଇଜଣ କର୍ମଚାରୀ     ବକେୟା ବିଦ୍ୟୁତ ଶୁକ୍ଳ ଆଦାୟ  କରୁଥିବା ବେଳେ, ଗ୍ରାମର  ପ୍ରହଲ୍ଲାଦ ନାୟକ ବକେୟା ବିଦ୍ୟୁତ ଶୁକ୍ଳ ଦେବାକୁ ମନାକରିଦେଇଥିଲେ ଯାହାଫଳରେ  ଲାଇନମ୍ୟାନ ଲକ୍ଷ୍ମୀଧର ମିଶ୍ର   ବିଦ୍ୟୁତ ଖୁଣ୍ଟରେ  ନିଶୁଣି ସାହାଯ୍ୟ ରେ ବିଦ୍ୟୁତ ବିଛିର୍ଣ କରିବା ପରେ  ପ୍ରହଲ୍ଲାଦ ନାୟକ  ଏବଂ ତାଙ୍କ ପୁଅ ଅତି ଉତକ୍ଷିପ୍ତ  ହୋଇ ନିଶୁଣି କୁ ଭିଡି ନେଇଥିଲେ ଫଳରେ ଲାଇନମ୍ୟାନ ଲକ୍ଷ୍ମୀଧର ମିଶ୍ର ତଳେ ପଡିଯାଇଥିଲେ ସୌଭାଗ୍ୟ ବଶତ ପିନ୍ଧିଥିବା ହେଲ୍ମମେଟ ଯୋଙ୍ଗୁ ଲାଇନମ୍ୟାନ ଲକ୍ଷ୍ମୀଧର ମିଶ୍ର ଗୁରୁତର  ଆହତ ରୁ  ବଂଚିଯାଇଥିଲେ I 

ପାଖରେ ଥିବା  ଏନର୍ଜି ପୋଲିସ କନେଷ୍ଟବଳ ଦୁଃଶାସନ ମଲିକ ଏବଂ ହାବିଲଦାର  ରବୀନ୍ଦ୍ର  ସେଠି   ପ୍ରହଲ୍ଲାଦ ନାୟକ ଙ୍କୁ ବୁଝା ସୁଝା କରିବା ବେଳେ  ସେ ଏବଂ ତାଙ୍କ ପୁଅ  କିଛି ଗ୍ରାମବାସୀ ଙ୍କ ସହିତ ପୋଲିସ କନେଷ୍ଟବଳ ଏବଂ ଫେଡ଼କୋ କର୍ମଚାରୀ ଙ୍କ ସହିତ ଗଣ୍ଡଗୋଳ କରିଥିଲେ I  ପୋଲିସ  ଏବଂ ବିଦ୍ୟୁତ କର୍ମଚାରୀ  ଙ୍କୁ ଆକ୍ରମଣ ଘଟଣା ନେଇ  ଫେଡ଼କୋ ଶାଖା ପରିଚାଳକ ଶ୍ରୀ ଅମୀୟ କୁମାର ବେହୁରା ଏବଂ  ଏନର୍ଜି ପୋଲିସ IIC  ଘଟଣା ସ୍ଥଳରେ ପହଂଚି  ପୁରୀ ଏସପି  ଙ୍କ  ନଜର କୁ ଆଣିଥିଲେ I ପୁରୀ ଆରକ୍ଷୀ ଅଧିକ୍ଷକ   ଙ୍କ ନିର୍ଦେଶ ରେ ପିପିଲି ପୋଲିସ ଏବଂ  ସାତଶଂଖ ପୋଲିସ  ଘଟଣା ସ୍ଥଳରେ ପହଂଚିବା  ବେଳକୁ  ଅଭିଯୁକ୍ତ ଫେରାର ହେଇଯାଇଥିଲା I 

 କିଛି ସ୍ଥାନୀୟ ଲୋକ  ଘଟଣା  କୁ ରଫା ଦଫା କରିବାକୁ ଚେଷ୍ଟା  କରିଥିଲେ I କିନ୍ତୁ ଯେହେତୁ କର୍ମଚାରୀ ଙ୍କୁ ଆକ୍ରମଣ ହେଇଥିଲା ଶ୍ରୀ ବେହୁରା ଏଥିରେ  ରାଜିହେଇନଥିଲେ ଏବଂ  ଫେଡ଼କୋ ତରଫରୁ , ଏସଡିଓ ମାନସ କୁମାର ପହି , ଭବାନୀ ଶଙ୍କର ନନ୍ଦ,ରଂଜିତ ମହାରାଜା  ପିପିଲି ଥାନାରେ ଅଭିଯୋଗ ଦାଖଲ କରିଥିଲେ    I 

ଏବଂ ଘଟଣା ସ୍ଥଳରୁ  ପିପିଲି ପୋଲିସ ଅଭିଯୁକ୍ତ କୁ ଗିରଫ କରି 111/18 କେସ ରୁଜୁ କରି ଥାନା କୁ ପଠାଇ ଦେଇଛନ୍ତି  I

 ତେବେ  ବିଦ୍ୟୁତ ବିଭାଗ ପ୍ରତି ପୁରୀ ଏସପି , ପିପିଲି IIC , ଏନର୍ଜି ପୋଲିସ ଙ୍କର ଏପରି ତ୍ୱରିତ କାର୍ଯାନୁଷ୍ଠାନ କୁ ସବୁ ମହଲ ରୁ ସ୍ଵାଗତ କରାଯାଇଛି I

Copyright@ OdishaExclusive.in

Leave a Reply

Your email address will not be published. Required fields are marked *