ଦଳିତ ସୁନା ଙ୍କ ମାଟି ଘରେ ତଳେ ବସି ଭାତ ଓ ଡାଲି ,ବଡି ଚୁରା ଖାଇଲେ ଅମିତ ଶାହା

ଓଡ଼ିଶାରେ  ବିଜେପି ଅଧ୍ୟକ୍ଷ  ଅମିତ ଶାହା ପହଂଚି ବଲାଙ୍ଗିର ଜିଲ୍ଲା ଦେଓଗାଁର   ଦଳିତ ମହେଶ୍ୱର ସୁନାଙ୍କ ଘରେ ପହଂଚିଥିଲେ I  ଅମିତ ଶାହାଙ୍କ ସହିତ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେ.ଭି. ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ I ମହେଶ୍ୱର ଙ୍କ ସହିତ ଗାଁ ବାସି ସ୍ୱାଗତ କରିଥିଲେ ଅମିତ ଶାହା ଙ୍କୁ I ଚାଳ ଘର ମାଟି ଚଟାଣ ରେ ଚକାସନ କରି  ପତ୍ର ତିଆରି ଖଲି ରେ  ଭାତ, ଡାଲି,  ବଡି ଚୁରା , ଆଉ ଲିମ୍ୱଫୁଲ ଭଜା ର ସ୍ୱାଦ ନେଇଥିଲେ  ଅମିତ ଶାହା I

Leave a Reply

Your email address will not be published. Required fields are marked *