ଦିନକ ପାଇଁ ହାଇଦ୍ରାବାଦ ର କମିସନର ହେଲେ   6 ବର୍ଷର ବାଳକ

ନିରୀହ ନିସ୍ପାପ  ଅବୋଧ ବାଳକ ଟିଏ , ନା ତାର ଏହାଶାନ   ଇଛା ଥିଲା  ବଡ ହେଇ ପୋଲିସ  କମିଶନର ହେବାକୁ ହେଲେ କିଏ ଜାଣିଥିଲା ସବୁଠାରୁ ମାରାତ୍ମକ ରୋଗ କ୍ୟାନ୍ସର ତା ଆଶା କୁ ଏମିତି ଅବେଳ ରେ ଧୂଳିସାତ କରିଦେବ ବୋଲି I  MAKE  A  WISH  ତରଫରୁ  କ୍ୟାନ୍ସର ରେ ପୀଡିତ ଏହାଶାନ  ଙ୍କ ଶେଷ ଇଛା ଜାଣିବା ପରେ ହାଇଦ୍ରାବାଦ ର କମିସନର  ମହେଶ ଭାଗବତ  ଙ୍କ ସହିତ ଯୋଗାଯୋଗ କରିବା ପରେ ଏହାଶାନ  ଙ୍କ ଶେଷ ଇଛା କୁ ସଂମାନ ଦେଇ ଥିଲେ କମିସନର  ମହେଶ ଭାଗବତ I 

ଶେଷରେ କ୍ୟାନ୍ସର ପୀଡିତ ଏହାଶାନ  ଙ୍କ  ଶେଷ ଇଛା ପୂରଣ ହେଲା ,ଏବଂ ଦିନକ ପାଇଁ ସେ ହାଇଦ୍ରାବାଦ ର କମିସନର ପଦବୀ ରେ ବସିଲେ ଏବଂ ମଦ ସିଗାରେଟ ନିଶା ବିକୁଥିବା  ବେପାରୀ  ମାନଙ୍କ ସହିତ ସବୁ  ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦେଶ ମଧ୍ୟ ଦେଲେ I  ଏହି ସମୟରେ କମିସନର  ମହେଶ ଭାଗବତ ଭାବବିହ୍ୱଳ ହୋଇଯାଇଥିଲେ ଏବଂ କହିଥିଲେ ଭଗବାନ କରନ୍ତୁ ଏହାଶାନ କ୍ୟାନ୍ସର ରୁ ଭଲ ହେଇଯାଉ ଏବଂ ଭବିଷ୍ୟତ ରେ ପୋଲିସ ବିଭାଗ ରେ ଯୋଗ ଦେଉ

Leave a Reply

Your email address will not be published. Required fields are marked *