ମା ର ମୃତ ଶରୀର କୁ ଫ୍ରିଜ ରେ ଲୁଚାଇ ରଖି, ଟିପ ଚିହ୍ନ ରେ  ବ୍ୟାଙ୍କ ରୁ ହଡପ କରୁଥିଲା ପେନସନ

ବାର ମାସରେ ତେର ଓଷା କରି ପୁଅ ପାଇଥିଲା ମା , ଇଛା ଥିଲା ମଲାପରେ ମୁଂହ ରେ ଟିକେ ନିଆଁ ଦେବ ହେଲେ  ଟଙ୍କା ଆଗରେ ମା-ପୁଅ ଭଳି ପବିତ୍ର  ସଂପର୍କର ମୂଲ୍ୟ  ବଦଳିଗଲା I ସାମାନ୍ୟ କେତେଟା ଟଙ୍କା ପାଇଁ ଜଣେ ପୁଅ ଦୀର୍ଘ ତିନି ବର୍ଷ ଧରି ନିଜ  ମୃତ ମା’ ର ଶରୀର କୁ ଘରେ  ଫ୍ରିଜ୍‌ରରେ ଲୁଚାଇ ରଖିଥିଲା I  


ଏବଂ ମା ପାଉଥିବା ୫୦ ହଜାର ଟଙ୍କା ପେନ୍‌ସନ୍‌ କୁ ପ୍ରତି ମାସରେ ନିଜ ମୃତ ମା ର ଟିପ ଚିହ୍ନ ଦେଇ ବ୍ୟାଙ୍କ ରୁ ଉଠାଉଥିଲା I ଖବର ଜଣାପଡିବା ପରେ ପୋଲିସ ତରଫରୁ ଚଢ଼ାଉ କରାଯାଇ ମା ର ମୃତ ଶରୀର ଜବତ କରାଯାଇଛି ଏବଂ ପୁଅ ସୁବ୍ରତ କୁ ଗିରଫ କରାଯାଇଛି 


 I   ଘଟଣା ଟି ହେଉଛି କୋଲକାତାର I ଅଭିଯୁକ୍ତ ର ନା ସୁବ୍ରତ ମଜୁମଦାର I ସେ କୌଣସି କାମ ଦାମ କରୁନଥିଲା , ବ୍ୟବସାୟ ରେ କ୍ଷତି ପରେ  ବେକାର ହେଇ ଘରେ ବସିରହୁଥିଲା I ମା ର ମୃତ୍ୟୁ ପରେ ପେନସନ କୁ ଲୋଭ କରି ଶବ ସତ୍କାର ନକରି  ରାସାୟନିକ ପଦାର୍ଥ  ଦ୍ୱାରା ଘରେ ଲୁଚାଇ ରଖିଥିଲା I

Leave a Reply

Your email address will not be published. Required fields are marked *