ଆରକ୍ଷଣ ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ ଡାକରା

 

ଆରକ୍ଷଣ ବିରୋଧରେ ମଙ୍ଗଳବାର ‘ଭାରତ ବନ୍ଦ’ ସାଧାରଣ ଓ ପଛୁଆ ବର୍ଗ ତରଫରୁ ଆହ୍ଵାନ ଦିଆଯାଇଛି। ଏ ନେଇ ଗୃହ ମନ୍ତ୍ରାଳୟ ରାଜ୍ୟମାନଙ୍କୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଆଦେଶ ଦେବା ପରେ ରାଜସ୍ଥାନ ସରକାର ଜୟପୁରରେ ମଙ୍ଗଳବାର ଧାରା ୧୪୪ ଜାରି କରିବାକୁ ପ୍ରସ୍ତୁତ ରହିଛି। ସେହିଭଳି ମୁଜାଫରନଗରରେ ସୋମବାର ସନ୍ଧ୍ୟାରୁ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଛି।

ସୂଚନାଯୋଗ୍ୟ ଏସ୍‌ସି-ଏସ୍‌ଟି ଆକ୍ଟ ଉପରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଦଳିତ ସଂଗଠନ ପକ୍ଷରୁ ଗତ ଏପ୍ରିଲ ୨ରେ ଦିଆଯାଇଥିବା ଭାରତ ବନ୍ଦ ଆନ୍ଦୋଳନ ବେଳେ ଦେଶର ବିଭିନ୍ନ ସ୍ଥାନରେ ହିଂସା ଦେଖାଯାଇଥିଲା। ଏହି ହିଂସାରେ ପ୍ରାୟ ୧୫ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *