ଗୋପ:ବାଣ ଭିଡୁଥିବା ବେଳେ ଅଘଟଣ ବାପ ମୃତ୍ୟୁ ପୁଅ ଗୁରୁତର।

ଗୋପ:ଗୋପ ଥାନା ନୟାହାଟ ଫାଣ୍ଡି ଅଧିନ ପିଣ୍ଡଳ ଗ୍ରାମରେ ବାଣ ଭିଡୁଥିବା ବେଳେ ଅଘଟଣ ଘଟି ବାପର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ନୟାହାଟ ଫାଣ୍ଡି ଅଧିନ ପିଣ୍ଡଳ ଗ୍ରାମର ରଞ୍ଜିତ ବିଶ୍ୱାଳ(୫୪) ଓ ତାଙ୍କ ପୁଅ ବାପି ବିଶ୍ୱାଳ (୨୬) ତାଙ୍କ ଛାତ ଉପର ଘରେ ବାଣ ଭିଡୁଥିବା ବେଳେ କୌଣସି କାରଣ ରୁ ଏହି ବାଣ ଫୁଟିବାକୁ ଲାଗିଥିଲା ।

ଏହି ବାଣ ବିସ୍ଫୋରଣ ଏତେ ତୀବ୍ରତର ଥିଲାଯେ ସିଡ଼ି ଘର ଆଜବେଷ୍ଟ ଉଡିଯିବ ସହ ବାପ ରଞ୍ଜିତ ବିଶ୍ୱାଳ (୫୪) ପୁଅ ବାପି ବିଶ୍ୱାଳ (୨୬) ଗୁରୁତର ଆହତ ହୋଇଥିଲେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚାରିଛକ ଡାକ୍ତରଖାନା

ନିଆଯାଇଥିବା ବେଳେ ଡାକ୍ତର ବାପ ରଞ୍ଜିତ ଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ପୁଅ ବାପି ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ଘଟଣା ସ୍ଥଳରେ ଅଗ୍ନୀସମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିବାବେଳେ ପାଣି ପକାଇ ଅଧାଫୁଟା ବାଣ ଗୁଡିକ ନିସକ୍ରିୟ କରିଥିବା ଜଣାପଡ଼ିଛି।ଘଟଣା ସ୍ଥଳରେ ପୋଲିସ ୨ଘଣ୍ଟା ବିଳମ୍ବ ରେ ପହଞ୍ଚୀବା ନେଇ ଉତେଜନା ଲାଗିରହିଛି।

By:- rasmi ranjab behera

Leave a Reply

Your email address will not be published. Required fields are marked *