ସତରେ କଣ ବର୍ଷା ଅନୁଭବ ଅଲଗା ହେଇଯିବେ  ?   ପ୍ରେମରେ ପଡିବ କି ଯବନିକା ନା ମିଡ଼ିଆ ଗୁଜବ ?

 ଓଡ଼ିଆ ସିନେ ଜଗତର ସୁପରହିଟ ଯୋଡି  ବର୍ଷା ଅନୁଭବ ଙ୍କ ଭିତରେ ଗତ କିଛି ଦିନ ଧରି ଲଗାତାର ଟ୍ୱିଟ ମାଧ୍ୟମରେ  କିଛି ପୋଷ୍ଟ କୁ ନେଇ ସବୁ ମହଲ ରେ ଚର୍ଚା ଚାଲିଛି ଯେ ଦୁହେଁ ଅଲଗା ହେଇଯିବେ ବୋଲି I ତେବେ ଏହା ପ୍ରଥମ ନୁହେଁ ପୂର୍ଵରୁ ମଧ୍ୟ  ଅଭିନେତ୍ରୀ ଏଲିନା ଙ୍କ ଏକ କଥା କୁ କଦର୍ଥ କରି ସୋସିଆଲ  ଗଣମାଧ୍ୟମ ଜୋର ପ୍ରଚାର ଚଳେଇଥିଲା  I ଅବଶ୍ୟ ଏଇଥର ନିଜେ ଅନୁଭବ ଏକ ପୋଷ୍ଟ କରିଛନ୍ତି  ଯେ “” ଯିଏ ଜଣଙ୍କର ଭଲ ପାଇବା, ସଚ୍ଚୋଟତା, ତ୍ୟାଗ, ନିରବତା ଆଉ ମନର କଥାକୁ ବୁଝି ପାରୁନାହିଁ ସେହିଭଳି ଲୋକସହ ରହିବାକୁ ବୋକାମୀ ହିଁ କୁହାଯିବ”” 


ଆଉ ୟା ପରେ  ବର୍ଷା  ମଧ୍ୟ ତାଙ୍କ ସୋସିଆଲ  ପେଜ୍ ରେ ଲେଖିବସିଲେ “” ଯଦି ବି ତୁମ ସାଥୀ ସଂପର୍କକୁ ଧ୍ୱଂସ ଏବଂ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ତେବେ ଗୋଟିଏ ସଂପର୍କକୁ ବଂଚାଇ ରଖିବାକୁ ସର୍ବଦା ଚେଷ୍ଟା କର , ଇର୍ଷା, ରାଗ ଏବଂ ସ୍ୱାର୍ଥପରତା ଠାରୁ ଦୂରେଇ ରୁହ । ମିଛ ଅପବାଦ ଆଉ ଅପମାନ ଦେବା ବନ୍ଦ କର । ଗୋଟିଏ ସଂପର୍କକୁ ଭାଙ୍ଗିବା ସହଜ ହେଲେ ଏହାକୁ ବଜାର ରଖିବା କଷ୍ଟକର । ଛଳନା ଓ ପ୍ରତିଶୋଧ ରେ ସମୟ ନଷ୍ଟ କରନାହିଁ । ହସଖୁସିରେ ରୁହ, କ୍ଷମା ଦେବା ଶିଖ । ନିଜେ ବଂଚ ଆଉ ଅନ୍ୟକୁ ବଂଚିବାକୁ ଦିଅ”” 

ଯାହାକୁ ନେଇ ଗଣମାଧ୍ୟମ ରେ ଆରମ୍ଭ ହେଇଛି ଝଡ  । ସତରେ କଣ ବର୍ଷା ଅନୁଭବ ଅଲଗା ହେବେ ?   


ପ୍ରେମରେ ପଡିବ କି ଯବନିକା ନା କେବଳ ଏହା  ମିଡ଼ିଆ ଗୁଜବ ? ତିଳ କୁ ତାଳ କରୁଛି କି ମିଡ଼ିଆ ? ଆମେ କେବଳ ପ୍ରାଥନା କରିବୁ ଦୁହେଁ ଭଲରେ ରୁହନ୍ତୁ I

Leave a Reply

Your email address will not be published. Required fields are marked *