କଲେଜ ଛାତ୍ରୀଙ୍କୁ ଜଣେ ଅଟୋ ଚାଳକ ଜୋର ଜବରଦସ୍ତ କିସ୍ କରି ଫୋଟ ଉଠାଇ ଭାଇରାଲ କରିବା ମହଂଗା ପଡିଛି , ଅଭିଯୁକ୍ତ ଯୁବକ କୁ ପୋଲିସ ଗିରଫ କରିଛି | ଗିରଫ ଯୁବକ ଙ୍କ ନାମ ହୃଷିକେଶ ବିଶ୍ୱାଳ |ଘଟଣା ଟି ଦେବଗଡ଼ ରିଆମାଳ ଥାନା କୁମାର ଗାଁର | ଖବର ରୁ ଜଣାପଡିଛି ପଲସମା କଲେଜର ଜଣେ ଛାତ୍ରୀ ହୃଷିକେଶଙ୍କ ଅଟୋରେ ବେଳେବେଳେ ସମୟରେ ଯାଆନ୍ତି I କିଛି ଦିନ ତଳେ ଛାତ୍ରୀ ଜଣକ ସପରିବାର ହୃଷିକେଶଙ୍କ ଅଟୋରେ ଶିବ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ | ଛାତ୍ରୀ ଙ୍କ କହିବାନୁଯାୟୀ ଅଟୋ ଚାଳକ ତାଙ୍କ ସହିତ କିଛି ଫୋଟ ଉଠାଇଥିଲେ , ଏବଂ ପରେ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିଥିଲେ |