ସାରା ବିଶ୍ୱ କୁ ଚକିତ କଲେ ଆମ ଓ଼ଡିଶାର କୁନି  ବୈଜ୍ଞାନିକ ନୀଳମାଧବ I ତିଆରି କରିଛନ୍ତି ଆଣ୍ଡ୍ରୋ ହ୍ୟୁମାନଓଏଡ ରୋବଟ୍‍

କେବେ ଆପଣ ଭାବିଛନ୍ତି ବୃଦ୍ଧା ବାପା ମା  ମାନଙ୍କୁ ପରିଣତ ବୟସରେ ଏକ ରୋବଟ ନିଜ ପିଲା ର କଷ୍ଟ ଦୂର କରିବ ,  କଥା କହିବ , ଘର  କାମ କରିବ , ନିହାତି ଭାବରେ ଏହା ଅସମ୍ଭବ ? ହଁ ଆଂଜ୍ଞା ଏହି ଅସମ୍ଭବ କୁ ସମ୍ଭବ କରି ଦେଖାଇଛନ୍ତି ଆମ ଓଡ଼ିଶାର କୁନି  ବୈଜ୍ଞାନିକ ନୀଳମାଧବ I ସାରା ବିଶ୍ୱ କୁ ଚକିତ କରିଦେଲା ଭଳି ତିଆରି କରିଛନ୍ତି ଭାରତର ପ୍ରଥମ ଆଣ୍ଡ୍ରୋ ହ୍ୟୁମାନଓଏଡ ରୋବଟ୍‍I 

ଏହା  ନିଜ ସନ୍ତାନ ପରି ବୃଦ୍ଧ ପିତାମାତାଙ୍କ ସୁରକ୍ଷା ଯୋଗାଇ  ଦେବ,ଦୁଃଖ ସମୟରେ  ଆଖିରୁ  ଲୁହ ପୋଛି ଦେବ,  ପରିବା କିଣି ଆଣିପାରିବ , ରୋଷେଇ କରିପାରିବ , ଆପଣଙ୍କ ପ୍ରଶ୍ନ ର ଉତ୍ତର ଦେଇପାରିବ , ତେବେ ସବୁଠୁ ଚକିତ ଘଟଣା ହେଉଛି ଯଦି କିଏ ଆପଣଙ୍କୁ ଠକିବାକୁ ଚେଷ୍ଟା କରନ୍ତି ଏହି ରୋବଟ୍‍  ତତକ୍ଷଣାତ ଠକ କୁ ଧରିପକାଇବା I ବର୍ତମାନ ଏହା  ଇଂରାଜୀ ଭାଷାରେ  କହିପାରୁଛି ଏବଂ ବୁଝିପାରୁଛି  , ଆଗକୁ କିପରି ସମସ୍ତ  ଆଞ୍ଚଳିକ  ଭାଷାରେ ଏହା ଚାଲିପାରିବ ସେ ନେଇ ନୀଳମାଧଵ ଉଦ୍ୟମ ଜାରି ରଖିଛନ୍ତି I  ତେବେ  ଏହି ରୋବଟ କୁ ତିଆରି କରିବା ପାଇଁ ଦୀର୍ଘ ୧୦ମାସ ସମୟ ନେଇଛନ୍ତି ନୀଳମାଧବ।  ଏବଂ ଏଥିରେ ତାଙ୍କୁ  ନୀନା ସିଂ ନାମକ ଜଣେ ଶିଳ୍ପୋଦ୍ୟୋଗି ସାହାଯ୍ୟ କରିଥିଲେ I ପାଖାପାଖି  ୪ଲକ୍ଷ ଟଙ୍କା ଖର୍ଚ୍ଚ  ରେ ଏହି ରୋବଟ ତିଆରି ହେଇଛି I ଏନେଇ ମୁଖ୍ୟମନ୍ତ୍ରୀ ଜାଣିବା ପରେ ଆସନ୍ତା କାଲି (13 .4.2018)  ଭୁବନେଶ୍ୱରର ଜୟଦେବ ଭବନରେ ନୀଳମାଧଵ ଙ୍କୁ  ସମ୍ବର୍ଦ୍ଧନା  ଦିଆଯିବ ବୋଲି ଘୋଷଣା କରିଛନ୍ତି ।

ନୀଳମାଧଵ ଙ୍କ ଘର ନୀଳଗିରି ଉପଖଣ୍ଡ  ଅନ୍ତର୍ଗତ  ଔପଦା ବ୍ଲକ ସନ୍ତରାଗଡ଼ିଆ ନିକଟସ୍ଥ କାନପୁର ଗାଁରେ I ପୁରା ନାମ ନୀଳମାଧବ ବେହେରା (18)  , ଶ୍ରଦ୍ଧାରେ ତାଙ୍କୁ ସମସ୍ତେ  ରାଜା  ବୋଲି ଡାକନ୍ତି  । ବାପା ଙ୍କ ନାମ  ଶଶିକାନ୍ତ ବେହେରା ଏବଂ  ମା’ ନିରୂପମା ବେହେରା । I ପୂର୍ବରୁ ମଧ୍ୟ ନୀଳମାଧଵ ମାତ୍ର 17 ବର୍ଷ ବୟସରେ ଏକ ରୋବଟ,Smart chair  କରି   ସାରା ଦେଶରେ ଚର୍ଚିତ ହେଇଥିଲେ ।

4 Comments on “ସାରା ବିଶ୍ୱ କୁ ଚକିତ କଲେ ଆମ ଓ଼ଡିଶାର କୁନି  ବୈଜ୍ଞାନିକ ନୀଳମାଧବ I ତିଆରି କରିଛନ୍ତି ଆଣ୍ଡ୍ରୋ ହ୍ୟୁମାନଓଏଡ ରୋବଟ୍‍”

  1. Awesome! Its actually remarkable post, I have got much clear idea about from this piece of writing.

  2. Good post. I learn something totally new and
    challenging on blogs I stumbleupon on a daily basis.
    It will always be interesting to read through content from other
    authors and practice a little something from other sites.

Leave a Reply

Your email address will not be published. Required fields are marked *