ସଫଳ ବ୍ୟକ୍ତିତ୍ୱ ମୀରା   :- ଜୀବନ କାହାଣୀ କିନ୍ତୁ ଏକ ହୃଦୟଥରା  କୋହଭରା ର  …….

କିନ୍ନର :  ପୁଅ,ଝିଅ ପରେ ଭଗବାନ ଙ୍କ ସୃଷ୍ଟିରେ ଆଉ ଜଣେ ଥାଏ ସେ ହେଉଛି ତୃତୀୟ ଲିଙ୍ଗ ବା କିନ୍ନର I ଆଜି ନୁହେଁ କାହିଁ କେଉଁ ଯୁଗରୁ ଏମାନଙ୍କ ସୃଷ୍ଟି , କୁହାଯାଏ ମହାଭାରତ ରେ ବି ଶ୍ରୀଖଣ୍ଡୀ  ରୂପରେ କିନ୍ନର ଥିଲେ I ତେବେ ଭଗବାନ ଙ୍କ ସୃଷ୍ଟି ଏ କିନ୍ନର ଙ୍କୁ  ସ୍ୱାଭାବିକ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ଆଜିର ସମାଜ I ଦୁନିଆ ଲାଞ୍ଚନା, ଟାହିଟାପରା ମିଳିଥାଏ ଏ ଜାତିକୁ ସଭ୍ୟ ସମାଜରେ ସଭ୍ୟ ବୋଲାଉଥିବା ଅସଭ୍ୟ ମାନଙ୍କ ଦ୍ୱାରା  I ମାଇଚିଆ , ଛକା , ହିଞ୍ଜଡ଼ା ଏହିଭଳି ଅତି କଦର୍ଯ୍ୟ ଭାବରେ ସମାଲୋଚିତ କରିଥାନ୍ତି କିନ୍ନର ମାନଙ୍କୁ , ତେବେ ଏଇଥିପାଇଁ କଣ ଏମାନେ ଦାୟୀ ? ଏମାନଙ୍କର ବି କିଛି ସ୍ୱପ୍ନ ଅଛି , ଜୀବନ ଅଛି ,  ଘୃଣା ନୁହେଁ ଏମାନଙ୍କୁ ଟିକିଏ ସ୍ନେହ ରେ ଆମେ ବି ବଦଳେଇପାରିବା ତାଙ୍କ ଜୀବନ I ଏମିତି ଜଣେ କିନ୍ନର ହେଉଛନ୍ତି ମୀରା ଯିଏ ଅନ୍ୟ କିନ୍ନର ମାନଙ୍କୁ ବଂଚିବାକୁ ଦେଇଛନ୍ତି ଅଶାର କିରଣ , ହଜାର ହଜାର କିନ୍ନର ମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା I

କେମିତି ହେଲେ ମାୟାଧର ରୁ ମୀରା :-

ନାମ  ମାୟାଧର ପରିଡା ,ବେଗୁନିଆ ଗଡତିରା ରେ ଜନ୍ମ I ପିଲାଦିନେ ଭଲ ପାଠ ପଢୁଥିଲେ ,ଭଲ ଭାଷଣ ବି ଦେଉଥିଲେ ଯେଉଁଥିପାଇଁ  ସମସ୍ତେଭଲ ପାଉଥିଲେ ମାୟାଧାରଙ୍କୁ I  ନବମ ଶ୍ରେଣୀରେ କିନ୍ତୁ ସତେ ଯେପରି ବଦଳିଗଲା ମାୟାଧର ଙ୍କ ଭାଗ୍ୟ ଭବିଷ୍ୟତ I ଲୁଚି ଲୁଚି ଦିଦି ର ଡ୍ରେସ ପିନ୍ଧି ବାକୁ ଭଲପାଉଥିଲେ ମାୟାଧର ,ଆଖିରେ କାଜଲ , ଓଠରେ ଲିପିସ୍ଟିକ, ବୋଧହୁଏ ସଭ୍ୟ ସମାଜ ଏହାକୁ ଗ୍ରହଣ କରିପାରିଲା ନାହିଁ ଏହା ର ଏକ ଅନ୍ୟ ନାମ ଦିଆହେଇଗଲା ସମାଜ ଦ୍ଦ୍ୱାରା ମାଇଚିଆ I 

ଦୁର୍ଯୋଗ କୁ ଯେଜେମା ବି ଚାଲିଗଲେ ଆରପାରିକୁ , କେତେ ଆଉ ସହିବେ ମାୟାଧର ଏ ମାଇଚିଆ ଶବ୍ଧ , ପାଠ ଛାଡି ଚାଲିଆସିଲେ ଭୁବନେଶ୍ୱର ବାପା ମା ଙ୍କ ପାଖକୁ I ମା ଭଲ ପାଉଥିଲେ ଅଗାଧ ଭାବରେ କିନ୍ତୁ ବାପା ଗ୍ରହଣ କରିପାରୁନଥିଲେ ପୁଅର ଏ ମାଇଚିଆ ସ୍ଵଭାଵ , କ୍ରମଶଃ ବଡ ହେଲେ ,ଏବଂ ବାପା ମା ବାହାଘର କରିଦେଲେ ଜଣେ ସୁନ୍ଦରୀ ଝିଅ ସହିତ ମାୟାଧର ଙ୍କୁ I ହେଲେ ନିଜକୁ ଝିଅ ବୋଲି ଭାବୁଥିବା ମାୟାଧର ଘର ଛାଡି ପଳାଇଥିଲେ , ନିଜେ ନିଜ ପରିଶ୍ରମରେ ବାଲି ସିମେଣ୍ଟ କାମ , କୋରିଆର , ଟ୍ରାଭେଲ ଏଜେନସି ଚଳାଉଥିଲେ , ହଠାତ ଯେପରି ତାଙ୍କ ବେପାର ରେ କ୍ଷତି ମାଡିଆସିଲା ଏବଂ  ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ମାୟାଧର ଲୋକଙ୍କ କଥା ସହିନପାରି I 

 ବୟସ ପାଖାପାଖି 20 ହେବ ଓଡିଶା ଛାଡି ବମ୍ବେ ଚାଲିଗଲେ  I ବମ୍ବେ ଥାନେ ଷ୍ଟେସନ  ଦେଖାହେଲେ ଆଉ ଜଣେ କିନ୍ନର ଏବଂ  ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଙ୍କ ସହିତ ଦେଖାକରେଇଦେଲେ ମାୟାଧର ଙ୍କୁ I  ଏଇଠୁ ବଦଳିଗଲା  ମାୟାଧର ଙ୍କ ଭାଗ୍ୟ ,ତାଙ୍କ ଇଛା ମୁତାବକ ସେ ମାୟାଧର ରୁ ହେଇଗଲେ  ମୀରା I ପୁଣି ଥରେ ଆରମ୍ଭ କଲେ ଛାଡିଥିବା ପାଠ , ଏବଂ ସଫଳ ମଧ୍ୟ ହେଲେ ଏବଂ ଫେରି ଆସିଲେ ଓଡିଶା କୁ  ଅନ୍ୟ ମାନଙ୍କ ପାଇଁ କିଛି କରିବାର ସ୍ବପ୍ନ ଆଉ ଆଶାରେ I 

 ଆଜିବି ଲଢେଇ ଜାରି ରହିଛି କିନ୍ନର ମାନଙ୍କ ଅଧିକାର ପାଇଁ I ଅଲ ଓଡିଶା କିନ୍ନର ମହାସଂଘ ର ସେ ସଭାପତି I ଛୋଟିଆ ସଂସ୍ଥା ଟେ ଗଢ଼ିଛନ୍ତି ଯାହାର ନା ହେଉଛି ସଖା I ସଖା ମାଧ୍ୟମରେ ହଜାର ହଜାର କିନ୍ନର ଙ୍କୁ ବଂଚିବାର ରାହା ଦେଖାଇଛନ୍ତି ମୀରା I  ଓଡିଶା ସରକାର ଙ୍କ ଦ୍ୱାରା ତାଙ୍କୁ ଓଡିଶା ଷ୍ଟେଟ SCOUT & ଗାଇଡ଼ ଫେଲୋସିପ ପାଇଁ Joint ସେକ୍ରେଟେରୀ କରାଯାଇଛି 

I  ଆଜି ସମାଜ ମୀରା ଙ୍କ ପାଇଁ ଗର୍ବ କରୁଛି ନିଚୟ I 

ପିଲାଦିନର ନାମ ଥିଲା ମାୟାଧର ପରିଡା ଆଜି କିନ୍ତୁ ସେ ମୀରା , ସବୁ କିନ୍ନର ମାନଙ୍କ ପାଇଁ ମୀରା ମା I ଆଗାମୀ ଦିନରେ ସେ ଆହୁରି ସଫଳ  ହୁଅନ୍ତୁ ଏବଂ ଏ ଲଢେଇ ଜାରି ରଖନ୍ତୁ , ODISHAEXCLUSIVE ପରିବାର ତରଫରୁ ତାଙ୍କୁ ଶୁଭେଚ୍ଛା I

One Comment on “ସଫଳ ବ୍ୟକ୍ତିତ୍ୱ ମୀରା   :- ଜୀବନ କାହାଣୀ କିନ୍ତୁ ଏକ ହୃଦୟଥରା  କୋହଭରା ର  …….”

  1. ମୀରା କୁ ଜାଣିବାକୁ ହେଲେ ତାର ବର୍ଷ ବର୍ଷ ର ତପସ୍ୟା ବୁଝିବାକୁ ହେବ। ତାକୁ ଭାଉଜ ରୁପେ ପାଇ ମୁଁ ଗର୍ବିତ।

Leave a Reply

Your email address will not be published. Required fields are marked *