କଣ କହେ ଝିଟିପିଟି :  ଦେହରେ କେଉଁଠି ପଡିଲେ ଶୁଭ , କେଉଁଠି ଅଶୁଭ

 କାହିଁ କେଉଁ ଯୁଗରୁ ଚାଲିଆସୁଥିବା କିଛି  ଲୋକବାଣୀ , ସାଧୁ  ବାଣୀ ଙ୍କୁ ଆଜିର ସମାଜ ଅନ୍ଧବିଶ୍ୱାସ କହି ହସିଉଡେଇଦେଇଥାଏ I ହୁଏତ ଏହା କିଛି ପରିମାଣରେ ସତ , କିନ୍ତୁ ତଥାପି ପୂର୍ବ କାଳରୁ ଚାଲି ଆସୁଥିବା ଏହି ଉକ୍ତି ର କିଛି ତାତ୍ପର୍ଯ୍ୟ ଅଛି I  ଆଜି ଆସନ୍ତୁ ଜାଣିବା  ଝିଟିପିଟି କେଉଁଠି ପଡିଲେ ଶୁଭ , କେଉଁଠି ଅଶୁଭ I 

ପୁରୁଷ ଉପରେ ଝିଟିପିଟି  ପଡିବାର  ସଂକେତ 


1) ପୁରୁଷର ଡାହାଣ ହାତରେ ଝିଟିପିଟି ପଡିଲେ ଅତ୍ୟନ୍ତ ଶୁଭ ବୋଲି ଧରାଯାଏ 

2) ଯିବା ଆସିବା ସମୟରେ ପୁରୁଷ ର ମୁଣ୍ଡ  ଉପରେ କିମ୍ବା ଡାହାଣ ହାତରେ ଝିଟିପିଟି  ପଡିଲେ ମାନ ସନମାନ ମିଳିଥାଏ  I 

3) ଡାହାଣ ହାତରେ ଝିଟିପିଟି ଚଢି ବାମ ହାତରେ ଖସି ଥାଏ , ତେବେ ନିକଟ ଭବିଷ୍ୟତ ରେ ଚାକିରୀ କ୍ଷେତ୍ରରେ ପଦୋର୍ନତି ସହିତ  ଧନଲାଭ ହେଇଥାଏ 
3) ବାମ ହାତରେ ପଡିଲେ ଅଶୁଭ , ଧନ ହାନି ସହିତ କିଛି ରୋଗ ବା ଶରୀର ଅସୁସ୍ଥ ର ସମ୍ଭାବନା I 

4) ଆଣ୍ଠୁ ଉପରେ ଝିଟିପିଟି ପଡିଲେ ନିକଟ  ଭବିଷ୍ୟତ ରେ  ସୁଖ ପ୍ରାପ୍ତି ହେବାର ସମ୍ଭାବନା I 

ମହିଳା  ଉପରେ ଝିଟିପିଟି  ପଡିବାର  ସଂକେତ 


1) ମହିଳା ମାନଙ୍କର ବାମ  ହାତରେ ଝିଟିପିଟି ପଡିଲେ ଅତ୍ୟନ୍ତ ଶୁଭ ବୋଲି ଧରାଯାଏ ,ଘରକୁ ସୌଭାଗ୍ୟ ଆସିଥାଏ I  

2)  ଡାହାଣ ହାତରେ ପଡିଲେ ଅଶୁଭ , ଧନହାନୀ ହେଇଥାଏ , ଅଯଥା ବାଦ ବିବାଦ ହେଇଥାଏ I 

3) ସ୍ତ୍ରୀ ର ଗର୍ଭାବସ୍ଥାରେ ନାଭି ଉପରେ  ଝିଟିପିଟି ପଡିଲେ  ପୁତ୍ର ସନ୍ତାନ ର ସଂକେତ 
 

ଅନ୍ୟାନ୍ୟ କ୍ଷେତ୍ରରେ 


ଝିଟିପିଟି ଝଗଡା କରୁଥିବାର  ଆପଣ ଦେଖିଲେ , ସତର୍କ ରୁହନ୍ତୁ ନଚେତ କାହାସହିତ ଝଗଡା ହେଇପାରେ I  
ଯଦି ଝିଟିପିଟି ମିଳନ କରୁଥିବା ସମୟରେ ଦେଖାଯାଏ ତେବେ ଆପଣଙ୍କର ଅତି ପ୍ରିୟ ସାଙ୍ଗ ଦେଖା ହେବେ  I 
ଭୋଜନ କରୁଥିବା ସମୟରେ ଝିଟିପିଟି ଦେଖିଲେ ଏହା ଶୁଭ ହୋଇଥାଏ
Copyright @ OdishaExclusive.in

Leave a Reply

Your email address will not be published. Required fields are marked *