ଯେ କୌଣସି ମୁହୂର୍ତ ରେ ହେଇପାରେ  ତୃତୀୟ ବିଶ୍ୱଯୁଦ୍ଧ  : ସର୍ତକ ଜାରିକଲା ଋଷ ଗଣମାଧ୍ୟମ

୨୦୧୮ ଏପ୍ରିଲ ୭ରେ  ସିରିଆ ସେନା ରାସାୟନିକ ଆକ୍ରମଣ କରିଥିଲା  ବିଦ୍ରୋହୀଙ୍କ କବ୍‌ଜାରେ  ଥିବା  ଦାମାସ୍କସ୍‌ସ୍ଥିତ ପୂର୍ବ ଗୋଉଟାର ଶେଷ ଭାଗର ଦୋଉମା ସହର ରେ ପାଖାପାଖି ସରକାରୀ ହିସାବରେ ୮୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ତ ହଜାର ହଜାର ଲୋକ ଗୁରୁତର  ଆହତ ହୋଇଥିଲେ। 

ଯାହାକୁ ନେଇ ଆମେରିକା ସିଧାସଳଖ ରୁଷିଆ କୁ ଦାୟୀ କରିଥିଲା , ଯେ ରୁଷିଆ ସିରିଆ କୁ ସାହାଯ୍ୟ କରୁଛି ଅବଶ୍ୟ ଏ ଘଟଣା କୁ ଦୁହେଁ ରୁଷିଆ ଏବଂ ସିରିଆ  ଦୃଢ ନିନ୍ଦା  ସହିତ ସମାଲୋଚନା କରିଥିଲେ I 

ଏଇ ଘଟଣା କୁ ନେଇ ଆମେରିକା ଏବଂ ସିରିଆ , ରୁଷିଆ ସହିତ ତୁ ତୁ ମେଁ ମେଂ ହେବା ପରେ  ଏପ୍ରିଲ ୧୪ରେ ଆମେରିକା ର ପାଶ୍ଚାତ୍ୟ ଦେଶଗୁଡ଼ିକର ମିଳିତ ସେନା ପକ୍ଷରୁ ଦାମାସ୍କସ ଉପରେ ୧୦୦ରୁ ଊର୍ଦ୍ଧ୍ୱ ରକେଟ ମାଡ଼ କରାଯାଇଥିଲା , ଯାହାକି ସାରା ବିଶ୍ୱକୁ ଚମକାଇଦେଇଥିଲା I 

 ଆମେରିକାର ଆକ୍ରମଣ କୁ କେବଳ  ଋଷର ପ୍ରଭାବ ଓ ପତିଆରା ହ୍ରାସ ଉଦେଶ୍ୟରେ ହେଇଥିବା ଯୋଗୁ  ପ୍ରତିବଦଳରେ ରୁଷ ବି ହେଇଉଠିଚି ଭୟଙ୍କର ଯେ କୌଣସି ମୁହୁର୍ତରେ ବଦଲା ନେବାକୁ ଚଳେଇଚି ମସୁଧା I  

ରୁଷ ର ନାଗରିକ ମାନଙ୍କୁ ସତର୍କ ରହିବାକୁ ପ୍ରତି ମୁହୂର୍ତ ରେ ସଚେତନ କରାଯାଉଛି I  ସିରିଆ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ ମଧ୍ୟରେ ରୁଷିଆ  ଯେପରି ଭାବରେ ମଝିରେ ପଶି  ଯୁଦ୍ଧର ଡାକରା 

 ଦେଉଛି  ଆଗାମୀ ଦିନରେ  ଏହା ସମ୍ପୂର୍ଣ ବିଶ୍ୱକୁ ପ୍ରଭାବିତ କରିବ I

Leave a Reply

Your email address will not be published. Required fields are marked *