ଅାରସିଏମ କଲେଜ ଡ଼ାଇରେକ୍ଟର ଇଣ୍ଟରଭିଉ ପାଇଁ ଡାକିଲେ , ଆଉ ତାପରେ ବନ୍ଦ କୋଠରୀରେ …….

ଚନ୍ଦ୍ରଶେଖରପୁର ଅାରସିଏମ କଲେଜ ମାଲିକଙ୍କୁ 10 ଲକ୍ଷ ଦାଦାବଟି ମାଗିବା ଘଟଣାରେ ପୋଲିସ ଚାରିଜଣଙ୍କୁ ଗିରଫ କରିବା ପରେ ଘଟଣାରେ ଆସିଛି  ଭିନ୍ନ ମୋଡ ନେଇଛି। ଏମାନଙ୍କ ସହିତ ଜଣେ ଯୁବତୀଙ୍କ ସମ୍ପୃକ୍ତି ଥିବା   ପୋଲିସ କୁ ସୂଚନା ମିଳିଥିବା  ବେଳେ ଅନ୍ୟପଟେ ସମ୍ପୃକ୍ତ ଯୁବତୀ ଅାଜି ମିଡ଼ିଆ ସାମ୍ନାରେ ମୁହଁ ଖୋଲିଛନ୍ତି। ଚାରିଜଣ ଅଭିଯୁକ୍ତ ଙ୍କ ପକ୍ଷ ନେଇ   ଅାରସିଏମ କଲେଜ ମାଲିକଙ୍କ ବିରୋଧରେ ଗର୍ଜିଛନ୍ତି I  ଯୁବତୀ ଙ୍କ କହିବା ଅନୁଯାଇ ଚାରିଜଣ ସମ୍ପୂର୍ଣ ନିର୍ଦୋଷ ତାଙ୍କୁ ମିଥ୍ୟା ମାମଲା ଦିଆଯାଇ ଫସାଯାଇଛି , ସେମାନେ ଦୋଷୀ ନୁହନ୍ତି ବରଂ ଦୋଷୀ ହେଉଛନ୍ତି  ଅାରସିଏମ କଲେଜ ଡ଼ାଇରେକ୍ଟର I ଯୁବତୀ ଙ୍କ କହିବାନୁଯାୟୀ ସେ ଇଣ୍ଟରଭିଉ ଦେବାକୁ କଲେଜ କୁ ଯାଇଥିଲେ , ତେବେ କଲେଜର ଡ଼ାଇରେକ୍ଟର ପ୍ରବୀର  ତାଙ୍କୁ ଅସଦାଚରଣ କରିଥିଲେ ଯାହାର କି ସମ୍ପୂର୍ଣ ପ୍ରମାଣ ତାଙ୍କ ପାଖରେ ଅଛି I ଅନ୍ୟପଟେ ଏହାକୁ କଲେଜ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି I

Leave a Reply

Your email address will not be published. Required fields are marked *