ନିଜ ସ୍ୱାର୍ଥ ପାଇଁ  ସେବାୟତ ମାନେ  କାଲିଠୁ କାଳିଆକୁ ଉଜାଗର ଏବଂ ଉପବାସ ରେ ରଖିଛନ୍ତି

ଗତକାଲି  ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ   ଜଗମୋହନରୁ ଭକ୍ତ ଙ୍କ  ଦର୍ଶନ ଆରମ୍ଭ ହୋଇଥିଲା ।  ଏହାକୁ ଆଳ  କରି କାଲିଠାରୁ  ସେବାୟତମାନେ  ଜାଣିଶୁଣି  ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ  ଦେଲେନାହିଁ । ଏପରିକି ଠାକୁରଙ୍କ ପହୁଡ ମଧ୍ୟ ପକାଇନଥିଲେ I ରାତିସାରା ମହାପ୍ରଭୁ  ଉପବାସ ସହିତ ଉଜାଗର ରହିଥିଲେ I 


ଶ୍ରୀମନ୍ଦିରରେ ଗତକାଲିଠାରୁ   ସୁଆର ମହାସୁଆର ସେବକ କ୍ଷତିପୂରଣ ଦାବିରେ ମନ୍ଦିର ଭିତରେ ଧାରଣା ଦେବା ଯୋଗୁ  ଆଜି ପର୍ଯ୍ୟନ୍ତ ଜଗନ୍ନାଥ ଙ୍କ କୌଣସି ନୀତି ହେଇପାରିନି I  ପ୍ରଶାସନ ତରଫରୁ  ଆଲୋଚନା ପାଇଁ  ଚେଷ୍ଟା କରାଯାଇଥିଲେ ମଧ୍ୟ  ସୁଆର ମହାସୁଆର ସେବକ ନିଜ  ନିଜ ଜିଦ୍‌ରେ ଅଟଳ ରହିଛନ୍ତି  ।  ସବୁ ଦେଖିଶୁଣି ପ୍ରଶାସନ କେବଳ ନିରବ ଦ୍ରଷ୍ଟା ସାଜିଛି ।

Leave a Reply

Your email address will not be published. Required fields are marked *