ବିବାହର ର ପ୍ରତୀକ ଭାବେ ସିନ୍ଦୁର କୁ କାହିଁକି ପିନ୍ଧାଯାଏ 

ଟୋପାଏ ସିନ୍ଦୁର ବଦଳାଇଜିଏ ଗୋଟିଏ   କୁଆଁରୀ ଝିଅର କପାଳ ଲିଖନ I କୁଆଁରୀ ଝିଅ ରୁ ସେ ହେଇଯାଏ  କାହାର ସ୍ତ୍ରୀ , କାହା ଘରର କୁଳବୋହୁ I ଏହି ଟୋପାଏ ସିନ୍ଦୁର ଯୋଡ଼ିଦିଏ ଜଣେ ଅଚିଂହା ଲୋକ ସହିତ ସାତ ଜନମର ସାଥି ଭାବରେ I ଗୋଟେ ଝିଅ  ସିନ୍ଥୀ ଟୋପାଏ ସିନ୍ଦୁର ଦେଖିଲେ ଧରିନେବାକୁ ହେବ ଯେ ସେ ବିବାହିତା , ଅର୍ଥାତ ବିବାହ ର ପ୍ରତୀକ ହେଉଛି ସିନ୍ଦୁର I 


ତେବେ ସିନ୍ଦୁର କୁ କାହିଁକି ବଚ୍ଛାଗଲା ବିବାହର ର ପ୍ରତୀକ ଭାବରେ ? ହୁଏତ ଆପଣଙ୍କ ମନଙ୍କୁ  ବାରମ୍ବାର ଏ ପ୍ରଶ୍ନ ଆସୁଥାଇ ପାରେ , ତେବେ ଆସନ୍ତୁ ଜାଣିବା ଏହାର ଉତ୍ତର I 

1) ଯେତେବେଳେ ଜଣେ ନାରୀ  ସିନ୍ଥିରେ ସିନ୍ଦୁର ପିନ୍ଧେ , ତା ପ୍ରତି ସ୍ଵତ ପ୍ରଭୂତ ଭାବେ ମନରେ ଭକ୍ତି ଆସେ ,

ଟୋପାଏ ସିନ୍ଦୁର ଦ୍ୱାରା ସେ ବହୁତ  ବହୁତ ସୁନ୍ଦର  ଦେଖାଯାଏ , ସାକ୍ଷାତ ଦେବୀ ମା I 

2) କୁହାଯାଏ ମହିଳା ଙ୍କ ସିନ୍ଥିରେ ଏକ ମହତ୍ତ୍ୱପୂର୍ଣ୍ଣ ଗ୍ରନ୍ଥ ବ୍ରହମରନ୍ଧ୍ର ରହିଥାଏ , ସିଂଦୁରରେ ଥିବା” ପାରା”ନାମକ  ରାସାୟନିକ ପଦାର୍ଥ  ଏହା ସଂସ୍ପର୍ଶ ରେ ଆସିବା ଦ୍ୱାରା ମହିଳା ମାନଙ୍କ ମତିଷ୍କ କୁ ଶାନ୍ତ ରଖିବାରେ ସାହାଯ୍ୟ କରେ I 

3)   ସିନ୍ଦୂର କୁ  ବିବାହ ପରେ  ଏଥିପାଇଁ ଲଗାଯାଏ  ଯେ ଏଥିରେ ଥିବା ରାସାୟନିକ ପଦାର୍ଥ ମହିଳା ମାନଙ୍କର  ଯୌନ କ୍ଷମତା ବଢାଇବାରେ ସାହାଯ୍ୟ କରେ ।

4) କୁହାଯାଏ ସିନ୍ଦୁର ଏକ ବିଷାକ୍ତ ପଦାର୍ଥ ଏହାକୁ ମହିଳା ମାନେ ଏଥିପାଇଁ  ସିନ୍ଥିରେ ଧାରଣ କରନ୍ତି ଯେ ତାଙ୍କର ଆୟୁଷ କମିଥାଏ ,  ସବୁ ସ୍ତ୍ରୀ ଚାହାନ୍ତି ସ୍ୱାମୀ ପୂର୍ବରୁ ଅହ୍ୟ  ସୁଲକ୍ଷଣୀ ଭାବରେ ସ୍ୱର୍ଗାଧାମୀ ହେବାପାଇଁ I ( ଅବଶ୍ୟ ଏହାର  ବୈଜ୍ଞାନିକ କାରଣ ନାହିଁ )

Leave a Reply

Your email address will not be published. Required fields are marked *