ବିରୋଧୀ ନେତା  ଏବଂ  ବନ୍ଧୁ ଙ୍କୁ  ଗୀତ ଗାଇ ମନୋରଞ୍ଜନ  କଲେ ମନ୍ତ୍ରୀ

କୁହାଯାଏ ମନ୍ତ୍ରୀ ମାନେ କୁଆଡେ ଭାରି ଗମ୍ଭୀର , ରାଜନୀତି ରେ ବନ୍ଧୁ ବୋଲି କିଛି ଗୋଟାଏ ଶବ୍ଧ ନାହିଁ ,କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି I 

ନିଜ ବନ୍ଧୁ ତଥା  ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପାଇଁ ମନ୍ତ୍ରୀ ମହେଶ୍ଵର ମହାନ୍ତି  ବିଧାନସଭାରେ ଗାଇଥିଲେ “ଦୋସ୍ତ ଦୋସ୍ତ ନା ରହା”  I ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ  ବିଧାୟକ ପ୍ରଭାତ ତ୍ରିପାଠୀ ଓ ତାଙ୍କ ମଧ୍ୟରେ ବନ୍ଧୁତ୍ୱ ସମ୍ପର୍କ ଭାରି ନିବିଡ , ଦୁହେଁ ଦୁହିଁକୁ ଭାଇଚାରା ରେ ବହୁତ ସ୍ନେହ କରନ୍ତି ଇତ୍ୟାଦି ଇତ୍ୟାଦି ବଖାଣିଥିଲେ I 

କଥା ଏତିକିରେ ସରିନଥିଲା , ପାଖରେ ଥିବା ବିରୋଧୀ ନେତା  ବିଧାୟକ ତାରାପ୍ରସାଦ ବାହୀନିପତିଙ୍କ ପାଇଁ  ଏକ ସୁନ୍ଦର ଭଜନ   “ପତିତ ଜନକୁ ଉଦ୍ଧରିବା ପାଇଁ” ଗାଇଥିଲେ ମନ୍ତ୍ରୀ ମହୋଦୟ  । ତେବେ ,ମନ୍ତ୍ରୀ ଙ୍କ ଗୀତ କୁ ନେଇ ଚାରିଆଡେ ଚର୍ଚା ଚାଲିଛି I

Leave a Reply

Your email address will not be published. Required fields are marked *