ଘରେ ଝାଡୁ କରିବା ସମୟରେ ଭୁଲ୍ ରେ ବି କରନ୍ତୁ ନାହିଁ ଏହି କାମ

ଘରକୁ ସଦା ସର୍ବଦା ପରିଷ୍କାର ରଖିବାକୁ ସମସ୍ତେ ଭଲ ପାଆନ୍ତି,ପରିବେଶ ଭଲ ଥିଲେ ମନ ଭଲ ରହେ ଏବଂ ସକାରାତ୍ମକ ଚିନ୍ତା ଆସେ।ତେବେ ଏହି ଘର ପରିଷ୍କାର ଅଥବା ଝାଡୁ କରିବା ପ୍ରକ୍ରିୟା ରେ ମଧ୍ୟ କିଛି ନିୟମ ବିଧି ରହିଛି । ଆସନ୍ତୁ ଜାଣିବା ଏ ସବୁ ବିଷୟରେ । ଆପଣ ତ ଜାଣିଥିବେ ଝାଡୁ କୁ ମା ଲକ୍ଷ୍ମୀ ଙ୍କ ରୂପ ରୂପେ ମନା ଯାଏ।

ଝାଡୁ କରା ଯାଉଥିବା ତଥା ସଫା ସୁତୁରା ରହୁଥିବା ଘରେ ମା ଲକ୍ଷ୍ମୀ ବାସ କରନ୍ତି। ଖଡୁ କୁ ମା ଲକ୍ଷ୍ମୀ ଙ୍କ ରୂପ ଭାବେ ମନା ଯାଏ। ସେଥି ପାଇଁ ଝାଡୁ କୁ ଖୋଲା ଜାଗାରେ ରଖନ୍ତୁ ନାହି। ଝାଡୁ କୁ ଘର ର ପଶ୍ଚିମ ଦିଗରେ ରଖନ୍ତୁ। ଘରକୁ ରୋଷେଇ ଘର ରେ ରଖନ୍ତୁ ନାହିଁ। ଏପରି କଲେ ଘର ର ଲୋକ ମାନଙ୍କ ସ୍ବାସ୍ଥ୍ୟ ଖରାପ୍ ହୋଇଥାଏ। ରାତି ସମୟରେ ଘର ର ଦ୍ଵାର ପାଖରେ ଝାଡୁ ରଖିଲେ ଘରକୁ ଆସୁରିକ ଶକ୍ତି ପ୍ରବେଶ କରିଥାନ୍ତି।ତେଣୁ କେବେ ହେଲେ ବି ଏମିତି କରନ୍ତୁ ନାହିଁ। ସୂର୍ଯ୍ୟ ଅସ୍ତ ପରେ ଘରେ ଝାଡୁ ମାରନ୍ତୁ ନାହିଁ। ଏମିତି କରିବା ଅଶୁଭ ମନା ଯାଏ। ଭୁଲ୍ ରେ ବ ଝାଡୁ କୁ ଗୋଡ଼ ଲଗାନ୍ତୁ ନାହି। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ଙ୍କ ଅପମାନ ହୋଇଥାଏ। କୌଣସି ବି ପଶୁ ବା ପିଲା ମାନଙ୍କୁ ଝାଡୁ ରେ ମାରନ୍ତୁ ନାହି। ଏମିତି କଲେ ଘରେ ଅଶାନ୍ତି ଲାଗି ରହିଥାଏ। ଘରର କୌଣସି ସଦସ୍ୟ ଯଦି ବାହାରକୁ ଯାଉଛନ୍ତି ତେବେ ସଙ୍ଗେ ସଙ୍ଗେ ଝାଡୁ ଲଗାନ୍ତୁ ନାହିଁ। ଝାଡୁ କୁ କେବେ ବି ଠିଆ କରି ରଖନ୍ତୁ ନାହି। ଏମିତି କଲେ ଶତ୍ରୁତା ବଢେ ବୋଲି ମାନଯାଏ। ଯେବେ ବି ନୂଆ ଘରକୁ ଯାଉଛନ୍ତି ସେବେ ନୂଆ ଝାଡୁ ଆଣନ୍ତୁ। ପୁରୁଣା ଝାଡୁ ନେବାର ଅର୍ଥ ଆପଣ ପୁରୁଣା ଅଶୁଭ ଶକ୍ତି କୁ ନୂଆ ଘରକୁ ଆଣୁଛନ୍ତି।

Leave a Reply

Your email address will not be published. Required fields are marked *