R ନାମ ଧାରୀ ବ୍ୟକ୍ତି ଙ୍କ  ପ୍ରକୃତି ଏବଂ ସ୍ଵଭାଵ

କୁହାଯାଏ ନାମରୁ ବ୍ୟକ୍ତିର ଚରିତ୍ର , ସ୍ଵଭାଵ , ପ୍ରକୃତି ବିଷୟରେ ଜଣାପଡ଼ିଯାଏ ,ଗତକାଲି ଆମେ ଆଲୋଚନା କରିଥିଲେ ଯେ S ନାମ ଧାରୀ ବ୍ୟକ୍ତି ଙ୍କ ବିଷୟରେ , ଆଜି ଆସନ୍ତୁ  ଆଲୋଚନା କରିବା R  ନାମଧାରୀ ବ୍ୟକ୍ତି ଙ୍କ ବିଷୟରେ I 

1) ଏମାନେ ବହୁତ ଭାବିଚିନ୍ତି କାମ କରିଥାନ୍ତି 

2) ଏମାନେ ସାଧାରଣତଃ ଦୁଇ ପ୍ରକାର , 

a ) ପ୍ରଥମ ଗୋଷ୍ଠୀର ଲୋକମାନେ ପୁରା ଶାନ୍ତ ଶିଷ୍ଟ ,ବେକାର କଥା ରେ ବକବକ ନହେଇ ନିଜ କାମ କରିଥାନ୍ତି I ଏମାନଙ୍କ ଶାନ୍ତ ସ୍ଵଭାଵ ଯୋଗୁ ସମସ୍ତେ ଏମାନଙ୍କୁ ଭଲ ପାଇଥାନ୍ତି I 

b ) ଦ୍ୱିତୀୟ ଗୋଷ୍ଠୀର ବ୍ୟକ୍ତି ସ୍ଵଭାଵ ରେ ଟିକେ ଚଂଚଳ , ଏମାନେ ଅଧିକ କଥା କହିଥାନ୍ତି ,ଏଥିଯୋଗୁ ଅଧିକାଂଶ ଲୋକ ଏମାନଙ୍କ ଉପରେ ବିରକ୍ତ ହୁଅନ୍ତି I 

3) ଏମାନେ ସବୁବେଳେ କିଛି ନୂଆ  ଶିଖିବାକୁ ଭଲ ପାଇଥାନ୍ତି  I 

4) ଲେଖାଲେଖି କରିବାକୁ ଏମାନଙ୍କୁ ଭଲ ଲାଗେ I 

5) କର୍ମ ସଂସ୍ଥାନ ରେ ଏମାନେ ଖୁବ ଜଲ୍ଦି ଅନ୍ୟ କୁ ପଛରେ ପକାଇ ଆଗକୁ ମାଡି ଚାଲନ୍ତି I 

6) ଏମାନଙ୍କୁ ଯେଉଁମାନେ ସାହାଯ୍ୟ ମାଗନ୍ତି , ଯଥା ସମ୍ଭବ ସାହାଯ୍ୟ କରିବାକୁ ଏମାନେ ଚେଷ୍ଟା କରନ୍ତି I 

7) ନିଜ ପରିଶ୍ରମ ବଳରେ ଏମାନେ ସଫଳତା ପାଇଥାନ୍ତି I 

8) ଖରାପ କିମ୍ବା ଭଲ ଲୋକଙ୍କୁ ପରଖିବାରେ ଏମାନଙ୍କର ଅସାଧାରଣ ଜ୍ଞାନ ରହିଥାଏ I 

9) ଏମାନେ ନିଜ ଜୀବନ  ସାଥି ଏବଂ ସାଙ୍ଗ ମାନଙ୍କ ପ୍ରତି ବହୁତ ସଚୋଟ ହେଇଥାନ୍ତି I 

10) ପ୍ରେମ ମାମଲା ରେ ଏମାନେ  ଅଧିକାଂଶ ସ୍ଥଳରେ ଧୋକା ଖାଇଥାନ୍ତି I 

11) ଏମାନେ ଯାହାକୁ ଭଲ ପାଇଥାନ୍ତି , ତାକୁ ଅନ୍ୟ କାହା ସହିତ ସହ୍ୟ କରିପାରନ୍ତି ନାହିଁ  

12) ଏମାନେ ବାହାରୁ ବହୁତ ଗମ୍ଭୀର କିନ୍ତୁ ଭିତରୁ ସରଳ , I 

13) ଉଞ୍ଚପଦସ୍ଥ ଅଧିକାରୀ ଠାରୁ କିପରି କାମ ହାସଲ କରାଯାଇପାରେ ଏମାନଙ୍କୁ ଭଲ ଭାବରେ ଜଣା I 

14) ଏମାନେ ସ୍ଵଭାଵ ରେ ଟିକିଏ ସ୍ୱାର୍ଥପର ଅଟନ୍ତି ,କିନ୍ତୁ ହୃଦୟ ରୁ ବହୁତ ଭଲ I 

15) କିଏ କଣ କରୁଛି , କଣ କହୁଛି , ଏମାନଙ୍କର ଯାଏ ଆସେ ନାହିଁ ,ନିଜ ଖୁଶିରେ ଏମାନେ ବଂଚିବାକୁ ଭଲ ପାଆନ୍ତି 

16) ଯେ କୌଣସି କାର୍ଯ୍ୟକୁ ଅତି ଗଭୀରତା ର ସହିତ ନେଇଥାନ୍ତି , ଫଳରେ ଏମାନେ ଉପରିସ୍ଥ ଅଧିକାରୀ ମାନଙ୍କର ଅତି ପ୍ରିୟ ହେଇଥାନ୍ତି I 

17) ଏମାନଙ୍କୁ ଜୀବନ ସାଥି ଭାବରେ ପାଇବା ଅତ୍ୟନ୍ତ ଗର୍ବର କଥା

Leave a Reply

Your email address will not be published. Required fields are marked *