ଦୁର୍ବୁତ୍ତ ଙ୍କୁ ମାଡ ମାରି  ଏକାକୀ ଘାଇଲା କଲେ ରାଉରକେଲା  ଝିଅ  ସୁଜାତା

ଦୁର୍ବତ୍ତଙ୍କୁ ନିର୍ଧୁମ  ଛେଚି  ରାଉରକେଲା ରେ ଚହଳ ପକାଇଛନ୍ତି  ରାଉରକେଲା ଛେଣ୍ଢ ଅଞ୍ଚଳର ଝିଅ ସୁଜାତା ସାହୁ । ବୁଧବାର ଦିନ  ସ୍କୁଟି ନେଇ ଘରକୁ ଫେରୁଥିବା ବେଳେ , ଏକ ନିଛାଟିଆ ଶୁନଶାନ୍   ରାସ୍ତାରେ , ଦୁଇଜଣ ଯୁବକ ସୁଜାତା ଙ୍କୁ ଅଟକାଇ  ଲୁଟ୍ କରିବାକୁ  ଉଦ୍ୟମ କରିଥିଲେ । କିନ୍ତୁ ଏହା ଭାରି ପଡିଥିଲା ଦୁର୍ବୁତ୍ତ ଙ୍କୁ ସେମାନଙ୍କୁ ଜଣା ନଥିଲା ଯେ ସୁଜାତା  କରାଟେ ଟେ ମାଷ୍ଟର ବୋଲି I ଦୁର୍ବୁତ୍ତ ଙ୍କୁ ଧୁମ ଛେଚିଥିଲେ ସୁଜାତା I ସୁଜାତାଙ୍କ ଠାରୁ ଲୁଟ  କରିବା ଦୂରେ ଥାଉ ପ୍ରବଳ ମାଡ ଖାଇ ମୋବାଇଲ , ବାଇକ ଛାଡି ଜୀବନ ବିକଳରେ ଦଉଡି ପଳାଇଥିଲେ I ଏନେଇ ସୁଜାତା ଥାନାରେ ଜଣାଇବା ପରେ ଥାନା ଅଧିକାରୀ ବାଇକ କୁ ଜବତ କରି ଘଟଣା ର ତଦନ୍ତ ଚଳାଇଛନ୍ତି I ଏପରି କାମ ପାଇଁ ସୁଜାତା ଙ୍କୁ ସବୁ ମହଲରୁ ପ୍ରସଂଶା କରାଯାଉଛି I

Leave a Reply

Your email address will not be published. Required fields are marked *