​ନୂଆ  ରୂପରେ  ଆସିଲା ଓଡିଶା କଂଗ୍ରେସ  : ସଭାପତି ଭାବେ  ନିରଞ୍ଜନ in  ପ୍ରସାଦ out 

ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶେଷରେ ନିରଞ୍ଜନ ପଟ୍ଟନାୟକ ଙ୍କୁ ସଭାପତି ପଦରେ ବସାଇଛନ୍ତି ରାହୁଲ I 

ବାରମ୍ବାର ପ୍ରସାଦ ଙ୍କ ବିରୋଧରେ ବିଧାୟକ ମାନେ ଗୁହାରି କରିଥିଲେ , ଏବଂ କଂଗ୍ରେସ ର ପରାଜୟ ପାଇଁ ପ୍ରସାଦ ଙ୍କୁ ଦାୟୀ କରିଥିଲେ ସବୁ ନେତା ଫଳରେ ପ୍ରସାଦ ଙ୍କୁ ସଭାପତି ପଦରୁ ହଟାଯାଇ ନିରଞ୍ଜନ ଙ୍କୁ ସଭାପତି କରାଯାଇଛି I 

ସେହିପରି ପ୍ରଦୀପ ମାଝୀ, ନବ ଦାସ ଓ ଚିରଞ୍ଜୀବ ବିଶ୍ୱାଳ  ଙ୍କୁ  ଓଡ଼ିଶା କଂଗ୍ରେସର କାର୍ଯ୍ୟକାରୀ ସଭାପତି  ଭାବରେ ଚୟନ କରାଯାଇଛି I  ଓଡ଼ିଶା ପିସିସି କୋର୍ କମିଟି ଅଧ୍ୟକ୍ଷ  ଭାବେ  ଜୟଦେବ ଜେନା, ଆବାହକ  ଭାବେ ଶରତ ପଟ୍ଟନାୟକ ଙ୍କୁ ଚୟନ କରାଯାଇଛି I ଓଡ଼ିଶା କଂଗ୍ରେସ ସମନ୍ୱୟ କମିଟିର ଅଧ୍ୟକ୍ଷ ଭାବେ ପ୍ରଭାରୀ ଜିତେନ୍ଦ୍ର ସିଂହ,  ଏବଂ ଆବାହକ  ଭାବେ  ଜଗନ୍ନାଥ ପଟ୍ଟନାୟକ ଙ୍କୁ ବଛାଯାଇଛି I 

ଭକ୍ତ ଦାସ  ଙ୍କୁ  ଓଡ଼ିଶା କଂଗ୍ରେସ ପ୍ରଚାର କମିଟି ମୁଖ୍ୟ ଭାବରେ ନୂଆ ଦାୟିତ୍ୱ ଦିଆଯାଇଛି I

Leave a Reply

Your email address will not be published. Required fields are marked *