ବାପା ସାଜିଲା ସୈତାନ :  ନିଜ ଝିଅ କୁ ସାଙ୍ଗ ମାନଙ୍କ ସହିତ ମିଶି  ୧୮ ଘଣ୍ଟା  ଯାଏଁ ଗଣଧର୍ଷଣ

ଝିଅ ର ସବୁଠୁ ବଡ ଭରଷା ଏବଂ ବିଶ୍ୱାସ ଥାଏ ତା ବାପା ଉପରେ କିନ୍ତୁ ଏ ସମ୍ପର୍କ ରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ଜଣେ ବାପା I ନିଜ ଝିଅକୁ  ଦୁଇଜଣ ସାଙ୍ଗ ସହିତ ମିଶି ୧୮ ଘଣ୍ଟା ଯାଏଁ  ବଳାତ୍କାର କରିଥିଲା ସୈତାନ ବାପା I ମିଳିଥିବା ସୁଚନା ଅନୁଯାଇ ଉତ୍ତର ପ୍ରଦେଶ ସୀତାପୁର ଜିଲାରେ ଘଟଣା ଟି ଘଟିଛି । ଅଭିଯୁକ୍ତ ବାପାର ନାମ  ମାନ ସିଂ I ବହୁତ ଦିନ ପରେ  ଶାଶୁଘରୁ ,ବାପ ଘରକୁ ମେଳା ଦେଖିବାକୁ  ଝିଅ ଆସିଥିଲା ଏବଂ ସାଙ୍ଗରେ  ୧୪ ବର୍ଷର ପୁତ୍ର ସନ୍ତାନ ମଧ୍ୟ ଥିଲା । ମେଳା ଦେଖି ଫେରିବା ବେଳେ ଅଭିଯୁକ୍ତ ବାପା ତାର ଜଣେ ସାଙ୍ଗ ସାଙ୍ଗରେ ଝିଅକୁ ପଠେଇଦେଇଥିଲା ଏବଂ ଅନ୍ୟ ଜଣେ ସାଙ୍ଗ ସହିତ ମିଶି ପ୍ରଥମ ସାଙ୍ଗ ପାଖରେ ପହଂଚି ନିଜ ଝିଅକୁ ତିନିଜଣ  ସାଙ୍ଗ ମିଶି 18 ଘଣ୍ଟା ଯାଏଁ ବାରମ୍ବାର ଧର୍ଷଣ କରିଥିଲେ , ଏବଂ ଘଟଣା ସମ୍ପର୍କ ରେ ଅନ୍ୟ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ I  ସେଠାରୁ କୌଶଳ କ୍ରମେ ଫେରିବା ପରେ ଝିଅ ଟି ଏନେଇ ଥାନାରେ ଏତଲା ଦେଇଛି I

Leave a Reply

Your email address will not be published. Required fields are marked *