​ଆସିଫା ଦୁଷ୍କର୍ମ ଘଟଣା ପ୍ରତିବାଦରେ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ବ୍ରହ୍ମପୁରରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ୱର(ଦେବଦତ୍ତ ରଥ): ଆସିଫା ଦୁଷ୍କର୍ମ ଘଟଣାକୁ ନେଇ ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ ପକ୍ଷରୁ ବ୍ରହ୍ମପୁରଠାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ମହିଳାଙ୍କ ଉପରେ ଅତ୍ୟାଚାର ବନ୍ଦ,ଆସିଫା ଘଟଣାରେ ଅଭିଯୁକ୍ତଙ୍କୁ ଫାଶୀ ଆଦି ଦାବିରେ ଏହି ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା, ଅଭିନେତା ମୁନା ଖାଁ ଙ୍କ ସମେତ ସଂଖ୍ୟାଲଘୁ ସଂପ୍ରଦାୟ ସମେତ ବହୁ ସଂଖ୍ୟାରେ ବିଜେଡି କର୍ମୀ ଏଥିରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *