ଆପଣ ଅନ୍ଧାର ରେ ମୋବାଇଲ୍ ବ୍ୟବହାର କରୁଛନ୍ତି କି: ହୋଇ ଯାଆନ୍ତୁ ସତର୍କ

ଆଜି କାଲି ର ଯୁବପିଢି ମାନଙ୍କର ଗୋଟେ ଦିନ ତ ଦୂରର କଥା ଗୋଟେ ଘଣ୍ଟା ବି ବିତେନି ମୋବାଇଲ୍ ବିନା। ସେଥି ମଧ୍ୟରୁ ଅନେକ ଙ୍କ ଅଭ୍ୟାସ ଶୋଇବାକୁ ଯିବା ସମୟରେ ମୋବାଇଲ୍ ରେ ଘଣ୍ଟା ଘଣ୍ଟା ବିତେଇବା।

ତେବେ ଅନ୍ଧାର ରେ ମୋବାଇଲ୍ ବ୍ୟବହାର ଆପଣଙ୍କ ଆଖି କିମ୍ବା ଶରୀର ଉପରେ ଖରାପ୍ ପ୍ରଭାବ ପକାଉନି ତ?

ପଢନ୍ତୁ ଆମର ଏହି ପୋଷ୍ଟ ଏହି ବିଷୟରେ ଜାଣିବାକୁ ।

ଆମେରିକା ବୈଜ୍ଞାନିକ ମାନେ ରିସର୍ଚ୍ଚ ରୁ ଜଣାଇଛନ୍ତି ଯେ ଅନ୍ଧାର ରେ ମୋବାଇଲ୍ ବ୍ୟବହାର କରିବା ଦ୍ଵାରା ଆମର ଆଖି ଶୁଷ୍କ ହେବାକୁ ଲାଗିଥାଏ।।

ଏହା ସହ ଅନ୍ଧାର ରେ ମୋବାଇଲ୍ ବ୍ୟବହାର କରିବା ଦ୍ଵାରା ଆଖି ଉପରେ ବହୁତ୍ ଚାପ ପଡ଼ିଥାଏ ଯାହା କି ଆଖିର ଶକ୍ତି କୁ ବହୁ ମାତ୍ରା ରେ କମେଇ ଦେଇଥାଏ।

ଯଦ୍ୱାରା କି ବହୁତ୍ କମ୍ ଦିନରେ ଆଖି ଖରାପ୍ ହୋଇଥାଏ।ଏହା ସହ ଆଉ କିଛି ଲୋକ ମଧ୍ୟ ଅନ୍ଧାର ରେ ସମ୍ପୂର୍ଣ୍ଣ ବ୍ରାଇଟ୍ ନେଶ୍ ର ସହ ବ୍ୟବହାର କରିଥାନ୍ତି ଯାହାକୁ ଆହୁରି ଖରାପ୍।

ତେବେ ପ୍ରତିକାର ସ୍ୱରୂପ ଯେବେ ବି ରାତି ରେ ମୋବାଇଲ୍ ବ୍ୟବହାର କରୁଛନ୍ତି ସେବେ ଆଲୋକ ଲଗାନ୍ତୁ। ଏବଂ ମୋବାଇଲ୍ ରେ ଥିବା ନାଇଟ୍ ମୋଡ୍ କୁ ବ୍ୟବହାର କରନ୍ତୁ।

ବେଶି ସମୟ ମୋବାଇଲ୍ ରେ କିଛି ପଢା ପଢି କରୁଥିଲେ ମୋବାଇଲ୍ ରେ ଥିବା ରିଡ ମୋଡ୍ ବ୍ୟବହାର କରନ୍ତୁ।

Leave a Reply

Your email address will not be published. Required fields are marked *