ଘଟଣାର ଚାରି ଦିନ ପରେ ଉଷସୀ ଙ୍କ ଚୁଟି ଝିଙ୍କି ବାଡ଼େଇଥିବା ଲୋକ ଦେଲା ପାଲଟା ଅଭିଯୋଗ

ଅନୁଗୁଳ ଜିଲ୍ଲା କଣିହାଁ ଥାନା ଡେରଙ୍ଗା ଗ୍ରାମରେ ଇଷ୍ଟର୍ଣ୍ଣ ବ୍ଲୁ ଅପେରା ରେ  ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତ୍ରୀ ଉଷସୀ ମିଶ୍ର ଯୋଗ ଦେବାକୁ ଯାଇଥିବା ବେଳେ  ଇନ୍ଦ୍ରମଣି ସାହୁ  ଏବଂ ତାଙ୍କ ଦୁଇପୁଅ ଉଷାଶୀ ଙ୍କୁ  ଅସଭ୍ୟ ଭାଷାରେ ଗାଳିଗୁଲଜ  ସହିତ ଚୁଟି ଝିଙ୍କି ଘୋଷାଡ଼ି ବାଡେଇଥିଲେ   ଫଳରେ ପ୍ରତିବାଦ କରି  ଉଷସୀ ବି  ଇନ୍ଦ୍ରମଣି  କୁ ବାଡ଼େଇଥିଲେ, ଇନ୍ଦ୍ରମଣି ଏଥିରେ କ୍ରୋଧିତ ହେଇ ତାଙ୍କ ଦୁଇପୁଅ ଙ୍କ ସହିତ ଉଷସୀ ଙ୍କ ଡ୍ରେସ ଚିରିଦେବା ସହିତ  ଧର୍ଷଣ କରିବାକୁ ଉଦ୍ୟମ କରିଥିଲେ ଏହାକୁ ନେଇ ଥାନାରେ  ଉଷସୀ ଅଭିଯୋଗ କରିଥିଲେ । 


ଘଟଣାରୁ ଜଣାପଡିଥିଲା ଯେ ଇନ୍ଦ୍ରମଣି  ବିଜେଡି ସାଂସଦ ତଥାଗତ ଙ୍କ ଅତି ଆପଣାର ଲୋକ , ଯେଉଁଥିପାଇଁ  5 ଦିନ ଗଡିଯାଇଥିଲେ ବି ପୋଲିସ ଗିରଫ କରିବାକୁ ଭୟ କରିଥିଲା I କେବଳ ନାମକୁ ମାତ୍ର ଜଣେ ଡ୍ରାଇଭର କୁ ଗିରଫ କରିଥିଲା , ଆଜି କିନ୍ତୁ ଘଟଣାର ନୂଆ ମୋଡ ନେଇଛି ଘଟଣା କୁ ରଫାଦଫା କରିଦେବାକୁ  କରାଯାଇଛି ବିରାଟ ଷଡଯନ୍ତ୍ର  I 

ଆଜି ଇନ୍ଦ୍ରମଣି ସାହୁ   ଉଷସୀ ମିଶ୍ରଙ୍କ ନାମରେ  ତାଳଚେର ଏସଡିଜେଏମ ରେ  ପାଲଟା   ଅଭିଯୋଗ କରିଛନ୍ତି ।ଉଷଶୀ  କୁଆଡେ  ଇନ୍ଦ୍ରମଣି  ଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ I 

ଏହାକୁ ସବୁ ମହଲରୁ ନିନ୍ଦା କରାଯାଇଛି , ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ଙ୍କୁ ଏପରି ସର୍ବସମ୍ମୁଖ ରେ ଦୃବ୍ୟବହାର କରାଯାଇ ଥିବା ବେଳେ ଅଭିଯୁକ୍ତ କୁ ତୁରନ୍ତ ଗିରଫ ନକରାଯିବା ଅନ୍ୟ କିଛି ଦର୍ଶାଉଛି I ଅଭିଯୁକ୍ତ ଜଣକ ବିଜେଡି ର ଜଣେ ବରିଷ୍ଠ କର୍ମୀ ବୋଲି କଣ ତାଙ୍କ ପାଇଁ ଆଇନ ଆଉ ଗୋଟେ ଦିଗରେ ଯିବ ? ଏମିତି ମିଳୁଛି ବିଜେଡି ସରକାର ରେ ମା କୁ ସନମାନ ??

Leave a Reply

Your email address will not be published. Required fields are marked *