​କଂଗ୍ରେସ ବିଜେଡି ଭାଇ ଭାଇ ???? ସୂତ୍ରଧର ପଟ୍ଟନାୟକ ବ୍ରଦର୍ସ!!!

ଭୁବନେଶ୍ୱର(ଦେବଦତ୍ତ ରଥ):କଂଗ୍ରେସ ଏବଂ ବିଜେଡି ଏବେ ଭାଇ ଭାଇ ଏବଂ ଏହାର ସୂତ୍ରଧର ହେଲେ ପଟ୍ଟନାୟକ ବ୍ରଦର୍ସ?ଓଡିଶା ରାଜନୀତି ପାଣିପାଗକୁ ଏବେ ଦେଖିଲେ ଏହିପରି କିଛି ଅନୁଭବ ହେଉଛି।
   ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାରେ ରହି ଆସିଛନ୍ତି ନବୀନ ପଟ୍ଟନାୟକ।ପୁଣି ବିଜୁ ଜନତା ଦଳର ମୁଖିଆ।ରାଜନୀତିରେ ନବୀନ ବାବୁ ଏକ ଭିର୍ଣ୍ଣ ଧରଣର ଗୋଟି ଚାଳନା କରନ୍ତି।ରାଜନୀତିରେ ସେ ପରିପକ୍ୱ ନୁହଁ ଏବଂ କେତେବେଳେ ପ୍ୟାରୀ ବାବୁଙ୍କ ପରାମର୍ଶ ତ’ କେତେବେଳେ ପାଣ୍ଡିଆନଙ୍କ ଇଶାରାରେ ଚାଲେ ତାଙ୍କ ସରକାର ବୋଲି ଅଭିଯୋଗ ହୁଏ।ଦଳରେ ନିଜ ମନ୍ତ୍ରୀ,ବିଧାୟକଙ୍କୁ ବିଶ୍ୱାସରେ ନିଅନ୍ତି ନାହିଁ,ବ୍ୟୁରୋକାର୍ଟଙ୍କ ଭରଷାରେ ସରକାର ଚଲାନ୍ତି ନବୀନ ବାବୁ ବୋଲି ସମାଲୋଚନା ହୁଏ।ଏପରି ସମାଲୋଚନା ଭଲ କି ମନ୍ଦ ସେ ପର କଥା,କିନ୍ତୁ ଏହିପରି କରି ସେ ଦୀର୍ଘ ଦିନ ହେଲା ଯେ, ଶାସନ କରି ଆସୁଛନ୍ତି।ଅପ୍ରତିଦ୍ୱନ୍ଦୀ ନେତା ହୋଇ ରହି ଆସିଛନ୍ତି।

    କେହି କେହି କୁହନ୍ତି ନବୀନ ବାବୁଙ୍କୁ ଓଡ଼ିଶାରେ କିଏ ଚିନ୍ହିଥିଲା?ବାଜପେୟୀ ନବୀନଙ୍କୁ ସାଙ୍ଗରେ ଧରି ବୁଲି ବୁଲି ଓଡିଶା ଲୋକଙ୍କୁ ପରିଚିତ କରାଇଥିଲେ,ଏ ନବୀନ ବାବୁ…ବିଜୁ ବାବୁଙ୍କ ପୁଅ।ସେତେବେଳେର କିଛି ବିଜୁ ସହଯୋଗୀ ମଧ୍ୟ ଏଥିରେ ସହଯୋଗ କରିଥିଲେ।ଏବଂ ଶେଷରେ ଗୋଟିଏ କଥା କୁହାଯାଏ,ନବୀନ କିଛି ଜାଣନ୍ତିନି,କିଛି ବୁଝନ୍ତିନି।କିନ୍ତୁ ନବୀନ ଯେ ଭିର୍ଣ୍ଣ ଧରଣର ଗୋଟି ଚାଳନା କରନ୍ତି।ସେ କେବେ ପ୍ୟାରୀଙ୍କୁ ଧରନ୍ତୁ ଅବା ପାଣ୍ଡିଆନଙ୍କୁ ଧରନ୍ତୁ।କିନ୍ତୁ ସମୟ ସମୟରେ ନିଜର ଏକଚାଟିଆ ଚିନ୍ତାଧାରା ପ୍ରତି ସମ୍ମତି ଦେଖାଉନଥିବା ନେତାଙ୍କର ଚେର କାଟି ଦେଇଛନ୍ତି।ଏପରିକି ଦିନେ ବିଜେପି କାନ୍ଧରେ ଲାଉ ହୋଇ କ୍ଷମତା ଉପଭୋଗ କରିଥିବା ନବୀନ ବିଜେପି ସହ ମେଣ୍ଟ ଭାଙ୍ଗି ଦେଇଛନ୍ତି।ଏନେଇ ବିଜେପି ସବୁବେଳେ ଅଭିଯୋଗ କରେ ଯେ ନବୀନ ବିଜେପିକୁ ପଛ ପଟୁ ଛୁରୀ ମାରିଛନ୍ତି।

   ଏବେ ନବୀନ ପୁଣି ଏକ ଭିର୍ଣ୍ଣ ରାଜନୀତି ଖେଳିଛନ୍ତି।ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ଦଳରେ ସାମିଲ କରାଇ ରାଜ୍ୟସଭାକୁ ପଠାଇଛନ୍ତି।ଏଣେ ସୌମ୍ୟଙ୍କ ଭାଇ ଏବେ କଂଗ୍ରେସ ସଭାପତି।ଦୁଇ ଭାଇ ଦୁଇ ଦଳରେ।ପୁଣି ଗୁରୁ ଦାୟିତ୍ୱରେ।ସାଧାରଣରେ ସନ୍ଦେହ ବଢିବା ସ୍ୱାଭାବିକ।


ଓଡ଼ିଶାରେ ବିଜେଡି ଏବେ ଏକ ନମ୍ବର।କଂଗ୍ରେସ ଦୂତୀୟ ଏବଂ ବିଜେପି ତୃତୀୟ ସ୍ଥାନରେ।ତେଣୁ ଉଭୟ କଂଗ୍ରେସ ଏବଂ ବିଜେପି ବିଜେଡିକୁ ମୁଖ୍ୟ ଟାର୍ଗେଟ କରିବା କଥା।ବିଜେପି କଥା ଛାଡ଼ନ୍ତୁ, ସେ ତ’ ଏବେ ସଙ୍ଗଠନକୁ ଗୁରୁତ୍ୱ ନଦେଇ ମିଶନ ମୁଖ୍ୟମନ୍ତ୍ରୀ ପଛରେ ପାଗଳ।କିନ୍ତୁ କଂଗ୍ରେସ କଥା ଦେଖନ୍ତୁ, କଂଗ୍ରେସ କେବଳ ବିଜେପିକୁ ମୁଖ୍ୟତଃ ଟାର୍ଗେଟ କରୁଛି।ରାଜ୍ୟ ସରକାରଙ୍କର କୌଣସି ବିଫଳତା ବଦଳରେ ବିଜେପିକୁ ଟାର୍ଗେଟ କରିବାକୁ ଯାଇ ବିଜେଡି ପରେ କଂଗ୍ରେସ ଏବେ ମହାନଦୀ ଜଳ ବିବାଦକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଯାଉଛି।ରାଜ୍ୟରେ ହେଉଥିବା ଦୁଷ୍କର୍ମ ଘଟଣା ଅପେକ୍ଷା ବିଜେପି ଶାସିତ ରାଜ୍ୟରେ ହେଉଥିବା ଦୁଷ୍କର୍ମ ଘଟଣା ନେଇ ଅଧିକ ପ୍ରତିକ୍ରିୟା ଦେଖାଉଛି।

    ସାରା ଦେଶରେ କଂଗ୍ରେସ ଏବେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି।ନିଜର ଅସ୍ତିତ୍ୱ ବଞ୍ଚାଇ ରଖିବା ପାଇଁ ଯେଣେ ତେଣେ ଉପାୟରେ ସ୍ୱାମୀ ପଛେ ମରୁ,ସଉତୁଣୀ ବିଧବା ହେଉ ନ୍ୟାୟରେ କଂଗ୍ରେସ ବିଜେପି ବିରୋଧରେ ମେଣ୍ଟ କରୁଛି।ଓଡ଼ିଶାରେ ତ’ କଂଗ୍ରେସ କଥା ନୁହେଁ,ଏଣେ ବିଜେପିକୁ ଅଟକାଇବା କଂଗ୍ରେସର ମୂଳ ଉଦ୍ଦେଶ୍ୟ।ନିର୍ବାଚନ ପରେ କାଳେ ବିଜେଡିର ସଂଖ୍ୟା କମିଯିବ ଏବଂ କଂଗ୍ରେସର ହୁଏତ ଆବଶ୍ୟକତା ପଡିବ ବୋଲି ବୋଧେ ଆଶାରେ ରହିଛି କଂଗ୍ରେସ।ଏପରି ସ୍ଥିତିରେ ନିର୍ବାଚନ ପୂର୍ବରୁ ମଧ୍ୟ ବିଜେପିକୁ ଅଟକାଇବାକୁ କଂଗ୍ରେସର କିଛି ନେତା ପାର୍ଥିଙ୍କ ପ୍ରତି ବିଜେଡି କୋହଳ ମନୋଭାବ ପୋଷଣ କରିବାକୁ ଅସ୍ବୀକାର କରାଯାଇ ନପାରେ।ଏଣେ ନବୀନ ଏବଂ ତାଙ୍କ ଆଡଭାଇଜର ବି ହୁଏତ ସେହି ପରି କିଛି ଚିନ୍ତା କରିଥିବେ।ଦରକାର ପଡ଼ିଲେ କଂଗ୍ରେସ କାମରେ ଆସିବ।ଏବଂ ଏହି ଆବଶ୍ୟକତା ପୂରଣ କରିବାକୁ ଏବେଠାରୁ ସୂତ୍ରଧର ହୋଇ ରହିଛନ୍ତି ଦୁଇ ଦଳରେ ଦୁଇ ପଟ୍ଟନାୟକ ବ୍ରଦର୍ସ!

Leave a Reply

Your email address will not be published. Required fields are marked *