ଅଭିଯୁକ୍ତ ନାବାଳିକା କୁ ଧର୍ଷଣ କରି ଗର୍ଭବତୀ କରାଇବା ପରେ  ବେଆଇନ ଭାବେ ଗର୍ଭପାତ କରାଇ ଶିକ୍ଷକ ନିଲମ୍ବିତ

ପୁଣି ଜଣେ କୁନି ନାବାଳିକା କୁ ଦୁଷ୍କର୍ମ କରାଯାଇଛି ଏବଂ ଘଟଣା କୁ ଚପାଇଦେବାପାଇଁ ଉଦ୍ୟମ ଚାଲିଥିଲା I ମିଳିଥିବା ସୂଚନା ଅନୁଯାଇ ଢେଙ୍କାନାଳ ସରଖିଆ  ଆଶ୍ରମ ସ୍କୁଲରେ ପଢ଼ୁଥିବା  ଷଷ୍ଠ ଶ୍ରେଣୀ ଛାତ୍ରୀ ଗାଧେଇ ଯିବା ବେଳେ   ଚନ୍ଦନ ପୁର୍ତ୍ତି  ତାକୁ ଜୋରଜବରଦସ୍ତ ଟେକିନେଇ ଧର୍ଷଣ କରିଥିଲା , ଏବଂ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା I ଭୟରେ ନାବାଳିକା ଜଣକ କାହାକୁ କହିନଥିଲା , ଲଗାତାର ଚାରିମାସ ଧରି ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଚାଲିଥିଲେ ଫଳରେ ନାବାଳିକା ଜଣକ ଗର୍ଭବତୀ ହେଇଥିଲା I ଗର୍ଭବତୀ ହେବା  ଘଟଣା ଜଣାପଡିବା ପରେ ଆଶ୍ରମ ର ଶିକ୍ଷକ ମାନଙ୍କ ଦ୍ୱାରା  ପାଣିକୋଇଲି ଘରୋଇ ନର୍ସିଂ ହୋମ  

 ରେ ବେଆଇନ ଭାବେ ଗର୍ଭପାତକରାଯାଇଥିଲା  |ହେଲେ ଘଟଣା ପଦାକୁ ଆସିବା ଫଳରେ  ଏ ନେଇ ନାବାଳିକାଙ୍କ ପରିବାର ଥାନାରେ ଏତଲା  ଦେଇଥିଲେ I ଅଭିଯୁକ୍ତ ଚନ୍ଦନ ଙ୍କୁ ପୋଲିସ ଗିରଫ କରି ତଦନ୍ତ ଚଳାଇଛି I ଅନ୍ୟପଟେ  ସ୍କୁଲର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ବେହେରାଙ୍କୁ ନିଲମ୍ବନ କରାଯାଇଛି |

Leave a Reply

Your email address will not be published. Required fields are marked *