ଅଘୋଷିତ ବିଦ୍ୟୁତ୍‌ କାଟ ନେଇ ମୟୂରଭଞ୍ଜ   ବାଘଡା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରାଓ

ବିଦ୍ୟୁତ୍‌ କାଟ  ନେଇ ସରକାର ଙ୍କ ତରଫରୁ କୌଣସି ଘୋଷଣା କରାଯାଇନଥିଲେ ମଧ୍ୟ  ଖରାଦିନ ଆରମ୍ଭ ହେଉ ହେଉ ଅଧିକାଂଶ ଅଂଚଳରେ ମନଇଛା ଘନ ଘନ ବିଦ୍ୟୁତ୍‌ କାଟ ହେଉଛି I 

ମୟୂରଭଞ୍ଜ ଜିଲାରେ  ଅଘୋଷିତ ବିଦ୍ୟୁତ କାଟ କୁ ନେଇ  ଜେଏମଏମ ପକ୍ଷରୁ  ବାଘଡା ରୋଡସ୍ଥିତ ଅଧୀକ୍ଷଣ ଯନ୍ତ୍ରୀଙ୍କ  କାର୍ଯ୍ୟାଳୟ  ଏବଂ  ଅଧୀକ୍ଷଣ ଯନ୍ତ୍ରୀ ରାଜିବ କୁମାର ନାୟକଙ୍କୁ ଘେରାଓ କରିଥିଲେ I ଏନେଇ ଅଧିକ୍ଷଣ  ଯନ୍ତ୍ରୀ  ମହଦୟ ସମସ୍ୟାର ସମାଧାନ ପାଇଁ ନିର୍ଭର ପ୍ରତିଶୃତି ଦେବାପରେ ଘେରାଓ ହଟିଥିଲା I  
ଘେରାଓ ରେ  ଜେଏମଏମ ଯୁବ ଶାଖା  ଜିଲା ଯୁବ ସଭାପତି ପିଣ୍ଟୁ ମାଇତିଙ୍କ  ସହିତ  ଜିଲା ମୁଖପାତ୍ର ନିମାଇ ଚରଣ ତ୍ରୀପାଠି , ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା,ରାକେଶ ବେହେରା,  ଧନଞ୍ଜୟ ସାହୁଙ୍କ ସମେତ  500 ରୁ ଉର୍ଧ ସାଧାରଣ ଜନତା ସାମିଲ ହେଇଥିଲେ ।

Leave a Reply

Your email address will not be published. Required fields are marked *