ଖତରନାକ ଖଳନାୟକ   ପୁଞ୍ଜିଲାଲ ଙ୍କୁ ନେଇ ଓଡ଼ିଆ ପରଦାକୁ ଆସିବ ନୂଆ ଧରଣର ଫିଲ୍ମ “ବୁଲେଟ ରାଜା “

ସାରା ଓଡ଼ିଶାରେ ଚହଳ ପକାଇଥିବା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା  ର ମୁଖ୍ୟ କାରପଟ ଦାର ପୁଞ୍ଜିଲାଲ ଧରାପଡ଼ିବା ପରେ ଘଟଣାକୁ ସହଜରେ ବିଶ୍ୱାସ କରିନଥିଲେ ସାଧାରଣ ଜନତା କାହିଁକିନା ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ଏଭଳି ମାଷ୍ଟର ମାଇଣ୍ଡ ରେ ଘଟଣା ଘଟାଇଥିଲା ଯେ ସାଧାରଣ ପୋଲିସ ଫେଲ ମାରିବାପରେ  କ୍ରାଇମବ୍ରାଞ୍ଚ   କୁ ଲାଗିଯାଇଥିଲା ଦୁଇମାସ I 


କଲେଜ ଅଧ୍ୟକ୍ଷ ପଦ ପାଇଁ  ପୁଞ୍ଜିଲାଲ ସୌମ୍ୟ ଙ୍କ ମା ଉପରେ ରାଗ ରଖି ରିମାଙ୍କୁ ସଜେଇଥିଲେ ବିଧବା I ଏହି ସମ୍ପୁର୍ଣ୍ଣ ଘଟଣାକୁ ନେଇ ତିଆରି ହେବାକୁ ଯାଉଛି ନୂଆ ଫିଲ୍ମ I ଯାହାର ନାମ ରହିଛି ବୁଲେଟ ରାଜା ” I 


ପ୍ରଯୋଜକ  ଅଛନ୍ତି ଶ୍ରୀଧର ମାର୍ଥା।  ଖଳନାୟକ ପୁଞ୍ଜିଲାଲ ଚରିତ୍ରରେ ଅଭିନୟ କରିବେ ହର ରଥ ,କ୍ରାଇମବ୍ରାଞ୍ଚ ଅଫିସର ଭାବରେ  ଅଭିନୟ କରିବେ ମନୋଜ ମିଶ୍ର। ଫିଲ୍ମର 

 ଅଧିକାଂଶ ଅଂଶ ପାଟଣାଗଡରେ ଶୁଟିଂ  କରାଯିବ ।

Leave a Reply

Your email address will not be published. Required fields are marked *