ମୟୁର ପଙ୍ଖ ର  10 ଟି  ଉପକାରିତା

ମୟୁର ଯେପରି ଦେଖିବାକୁ ସୁନ୍ଦର ହେଇଥାଏ ଠିକ ସେହିପରି ତା ପର ବା ପୁଂଛ ଖୁବ ଦରକାରୀ ହେଇଥାଏ ଆମ ପାଇଁ I ଯେଉଁଥିପାଇଁ ମୟୁର ପକ୍ଷ ସ୍ୱୟଂ କୃଷ୍ଣ ଙ୍କ ମଥାରେ ରହିଥାଏ I ମୟୁର ପକ୍ଷ  ଭାଙ୍ଗିବା ପରେ ମଧ୍ୟ ଜୀବିତ ରହିଥାଏ I ଏହାର ବହୁତ ଆଧ୍ୟାତ୍ମିକ ଶକ୍ତି ଥାଏ I 1) ଘରେ ଦୁଇଟି ମୟୁର ପକ୍ଷ ରଖିବା ଦ୍ୱାରା କେହି କାହାଠାରୁ ଅଲଗା ହେଇନଥାନ୍ତି I ପରିବାରେ ସମସ୍ତେ ଏକାଠି ରହିଥାନ୍ତି I ଅଶୁଭ ଶକ୍ତିର ବିନାଶ ହେଇଥାଏ ଏବଂ ଶୁଭ ଶକ୍ତିର ଅଦ୍ଭୁଦୟ ହେଇଥାଏ I

2) ପାଖରେ ସର୍ବଦା ମୟୁର ପକ୍ଷ ରଖିବା ଦ୍ୱାରା କେଭେଁବି ବି ଅମଙ୍ଗଳ ହେଇନଥାଏ I ନିଜ ପାକେଟ ରେ ରଖିବା ଦ୍ୱାରା ରାହୁ ଦୋଷ ବିନାଶ ହେଇଥାଏ I 3) ଯଦି ପିଲାଙ୍କର ପଥରେ ମନଲାଗୁନାହିଁ ତେବେ ତାଙ୍କ ବ୍ୟାଗରେ ଏକ ମୟୁର ପକ୍ଷ ରଖିଦିଅନ୍ତୁ , ଦେଖିବେ ପଢ଼ାରେ ମନ ଲାଗିବ 4) ସାପ ସବୁବେଳେ ମୟୁର କୁ ଡରିଥାଏ , ତେଣୁ ଆପଣ ନିଜ ଘରେ ମୟୁର ର ପକ୍ଷ ରଖନ୍ତୁ ,ସାପ ଆପଣଙ୍କ ଘର ମାଟି ମାଡିବନି I

5)ଘରେ ଯଦି ବାସ୍ତୁ ଦୋଷ ରହିଥାଏ , ତେବେ ଘରର ମୁଖ୍ୟ ଦ୍ୱାରରେ ତିନୋଟି ମୟୁର ପକ୍ଷ ରଖନ୍ତୁ , ଏବଂ ଯଦି ସମ୍ଭବ ପକ୍ଷ ତଳେ ଛୋଟ ଏକ ଗଣେଶ ଙ୍କ ମୂର୍ତି ସ୍ଥାପନ କରନ୍ତୁ , ସବୁ ଦୋଷ କଟିଯିବ I ଘରର ଦକ୍ଷିଣ ଦିଗରେ ରଖିବା ଦ୍ୱାରା ଧନର ଅଭାବ ହେଇନଥାଏ I 6) ଘରର ଅଗ୍ନି କୋଣରେ ମୟୁର ପକ୍ଷ ରଖିବା ଦ୍ୱାରା ସବୁ ଦୋଷ କଟିଯାଇଥାଏ I 7) ଯଦି ବାରମ୍ବାର ଖରାପ ସ୍ବପ୍ନ ଦେଖୁଥାନ୍ତି , ତେବେ ମୁଣ୍ଡଉପରେ ଶୋଇଲାବେଳେ ମୟୁର ପକ୍ଷ ରଖନ୍ତୁ , କୌଣସି ଦୁଃସ୍ବପ୍ନ ଦେଖିବେ ନାହିଁ I

8) ମୟୁର ପକ୍ଷ କୁ କେଭେଁବି ଘରର ତଳେ ପକାନ୍ତୁ ନାହିଁ ଏହା ଦ୍ୱାରା ଅଶୁଭ ହେଇଥାଏ I 9) ଯଦି  ଅଜାଣତରେ ଆପଣଙ୍କୁ ମୟୁରପକ୍ଷ ଦେଇଥାଏ ତେବେ ତୁରନ୍ତ ଗ୍ରହଣ କରନ୍ତୁ , ଏହାଦ୍ୱାରା ଆପଣଙ୍କର ସଫଳତାର ରାସ୍ତା ଖୋଲିଯିବ I 10) ଆପଣ ଯଦି ମୟୁର ପକ୍ଷ କିଣୁଛନ୍ତି ତେବେ ଧ୍ୟାନ ରଖିବେ ଯେପରି କୌଣସି ଗୋଟାଏ ବି ପକ୍ଷ ଭାଙ୍ଗିନଥାଏ , କାହିଁକିନା ଏହା ଅଶୁଭ ହେଇଥାଏ I

Leave a Reply

Your email address will not be published. Required fields are marked *