​ମାଁ ତାରିଣୀ ଙ୍କର  ଆଶ୍ଚର୍ଯ୍ୟ ଜନକ ରହସ୍ୟ : ଯାହା ଆପଣ  କଦାପି ଜାଣିନଥିବେ 

କୁହାଯାଏ ସେ କଳିଯୁଗର ପ୍ରତ୍ୟକ୍ଷ ଦେବୀ ମା , ଡାକିଦେଲେ “ଓ” କରେ , ସେଇଥିପାଇଁ ତ ସେ ଦୁଖୀ ମାନଙ୍କର ଦୁଃଖ ବୁଝିବାକୁ ଶାଳୁଆ ବଣରେ ଘର କରିଛି , ସେ ହେଉଛି ମା ତାରିଣୀ Iଘଟଗାଁ ବାସିନୀ ମା ତାରିଣୀ I ଘରେ ଯଦି ବିପଦ ପଡିଥାଏ ଭକ୍ତ ଟିଏ ମନ ରେ ମା ତାରିଣୀଙ୍କୁ ସୁମରଣା କରି ନଡ଼ିଆଟିଏ ଯାଚିଦେଲେ ,  ଭକ୍ତର ସବୁ ମନବାଞ୍ଛା ପୂରଣ ହେଇଥାଏ I 

1) କୁହାଯାଏ ମା ତାରିଣୀ ପ୍ରଥମେ ବନବାହି କନ୍ଧ ମାନଙ୍କ ଦ୍ୱାରା ପୂଜା ପାଇଆସୁଥିଲେ I 

2) ମା ତାରିଣୀ ଚତୁର୍ଭୁଜା ଅଟନ୍ତି :  କିନ୍ତୁ କୌଣସି ମୂର୍ତି ବା ଫଟରେ ମାଙ୍କ ହାତ ନଥାଏ I  

ବାମ ହାତର ଉପରେ ଚକ୍ର , ଏବଂ ତଳ ହାତରେ ତ୍ରିଶୁଳ 

ଡାହାଣ ହାତ ଉପରେ ଖଡଗ ଧାରଣ କରିଥିବା ବେଳେ  ତଳ ହାତ ଟି ଶୂନ୍ୟ ଥାଏ I ଏଇ ହାତରେ ମା ଭକ୍ତ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି ବୋଲି ବିଶ୍ୱାସ କରାଯାଏ I 

3) ମା ଙ୍କର ପ୍ରିୟ ଫଳ ନଡ଼ିଆ 

4) ମା ଙ୍କର ଆଷାଢ଼ୀ ପର୍ବ ଏକ ବଡ ପର୍ବ , ଆଷାଢ଼ ମାସର ଶେଷ ଗୁରୁବାରେ ଏହି ପର୍ବ ପାଳନ ହେଇଥାଏ , 28 ଟି ଗ୍ରାମର ମୁଖିଆ ଆସି ମା ଙ୍କୁ ପୂଜା କରିବା ପରେ ଚାଷ କାମ ଆରମ୍ଭ ହୁଏ I 

5) ଚଇତି ପର୍ବ ମାଙ୍କର ବଡ ପର୍ବ ,ସୋଢଶ ଉପଚାରରେ ମା ଙ୍କ ଚଇତି ପର୍ବ ପାଳନ ହେଇଥାଏ , ଚଇତି ପର୍ବରେ ମା ସୁନାବେଶ ଧାରଣ କରିଥାନ୍ତି I 

କେମିତି ମା ଦୁର୍ଗା ସାଜିଲେ ତାରିଣୀ :

ତ୍ରେତୟା ଯୁଗରେ ମା ସୀତାଙ୍କୁ ଦୁଷ୍ଟ ରାବଣ ହରଣ କରିନେବା ପରେ ପ୍ରଭୁ ରାମ ମା ଦୁର୍ଗା ଙ୍କୁ ପୂଜା କରିଥିଲେ ,

 ମା ଦୁର୍ଗା ସନ୍ତୁଷ୍ଟ ହେଇ ଶୂନ୍ୟବାଣୀ କରିଥିଲେ ରାମଙ୍କୁ ,ଯେ ସେ ସଙ୍କଟାବସିନି ମା ତାରିଣୀ ଭାବରେ ଆବିର୍ଭୁତ ହେଇ  ସମସ୍ତ ସଙ୍କଟ ହରଣ  କରିବେ , କିନ୍ତୁ ମା ଙ୍କୁ ସ୍ଵଚକ୍ଷୁ ରେ ଦେଖିବାକୁ ବାରଣ କରିଥିଲେ ମା ଦୁର୍ଗା , କିନ୍ତୁ ଅଜାଣତରେ ପ୍ରଭୁ ରାମଚନ୍ଦ୍ର ଙ୍କର ଆଖି ଖୋଲିଯାଇଥିଲା ମା ଙ୍କ ଉପସ୍ତିତି ଉପଲବ୍ଧ କରିବା ପରେ , କିନ୍ତୁ ସର୍ତ ଅନୁଯାୟୀ ମା ଦୁର୍ଗା ସେହିଠାରେ ପାଷାଣ ପ୍ରତିମା  ପାଲଟିଯାଇଥିଲେ I  ସେହିଦିନଠାରୁ ମା ଦୁର୍ଗା  ତାରିଣୀ  ଭାବରେ ପୂଜା ପାଇଥିଲେ  I 

 କାଞ୍ଚି ରୁ ପୁରୀ ଏବଂ ପୁରୀ ରୁ କେନ୍ଦୁଝର ଯାତ୍ରା : 

ଅନେକ ବର୍ଷ ତଳେ କେନ୍ଦୁଝର ରାଜା ଥିଲେ ତ୍ରିଲୋଚନ ଭଞ୍ଜ ଏବଂ ତାଙ୍କ ପୁତ୍ର ଙ୍କ ନାମ ଥିଲା ଗୋବିନ୍ଦ ଭଞ୍ଜ , 1480 ମସିହାରେ ତ୍ରିଲୋଚନ ଭଞ୍ଜ ଙ୍କ ମୃତ୍ୟୁ ପରେ ଗୋବିନ୍ଦ ଭଞ୍ଜ କେନ୍ଦୁଝର ର ରାଜା ହେଇଥିଲେ ସେ ମା ତାରିଣୀ ଙ୍କର ପ୍ରିୟ  ଭକ୍ତ ଥିଲେ I ଏକଦା ଗୋବିନ୍ଦ ଭଞ୍ଜ ଙ୍କୁ  ପୁରୀ ଗଜପତି ପୁରୁଷୋତ୍ତମ ଦେବ ପୁରୀ ଡାକିଥିଲେ ଏବଂ ତାଙ୍କୁ ଜୟ ଗୋବିନ୍ଦ ମହାରାଜା ଉପାଧି ରେ ଭୂଷିତ କରିଥିଲେ I ଏହି ଅବସରରେ ଗୋବିନ୍ଦ ଭଞ୍ଜ ପୁରୁଷୋତ୍ତମ ଙ୍କୁ ତାଙ୍କ ମନର ଇଛା ଜଣାଇଥିଲେ ଏବଂ କାଞ୍ଚିରୁ ଆସିଥିବା ମା ତାରିଣୀ ଙ୍କୁ ସେ ନିଜ ସାଥିରେ ନେବାକୁ ଛାଁହୁଛନ୍ତି ବୋଲି ଜଣାଇଥିଲେ I ପୁରୁଷୋତ୍ତମ ଏଥିରେ କିଛି ଉତ୍ତର ଦେଇନଥିଲେ , ତେବେ ରାତିରେ ଗୋବିନ୍ଦ ଭଞ୍ଜ ଙ୍କ ପ୍ରାଥନା ଶୁଣି ମା ତାରିଣୀ ରାଜା ପୁରୁଷୋତ୍ତମ ଙ୍କୁ ସ୍ୱପ୍ନାଦେଶ ଦେଇଥିଲେ ଯେ 

ଗୋବିନ୍ଦ ଙ୍କ ସହିତ ଘଟଗାଁ ଯିବାକୁ ଇଛୁକ , ଏକଥା ଶୁଣି ରାଜା ପୁରୁଷୋତ୍ତମ ଆଶ୍ଚର୍ଯ୍ୟ ହେଇଗଲେ ଏବଂ ଗୋବିନ୍ଦ ଯେ ମା ତାରିଣୀ ଙ୍କର ଏତେ ବଡ ଭକ୍ତ ସେ ଉପଲବ୍ଧ କରିପାରିଥିଲେ I କିନ୍ତୁ ମା ପୁରୀ ରୁ ଘଟଗାଁ ଯିବେ କିପରି ? ଗୋବିନ୍ଦ ମା ଙ୍କୁ ପ୍ରାଥନା କଲେ , ମା ସନ୍ତୁଷ୍ଟ ହେଇ କହିଲେ ଭକ୍ତ ମୁଁ ଯେପରି କାଞ୍ଚି ରୁ ପୁରୀକୁ ଆସିଥିଲି ଠିକ ସେହିପରି ମୁଁ ପଛେ ପଛେ   ଘୋଡାରେ ଯିବି , ଏବଂ ତୁ ଆଗେ ଆଗେ  ଯିବୁ , ମୋ ପାଦର ପାଉଁଜି ର ରୁଣୁ ଝୁଣୁ ଶବ୍ଧ ରେ ତୁ ମତେ ଜାଣିପାରିବୁ , କିନ୍ତୁ କଦାପି ପଛକୁ ଫେରି ଚାହିଁବୁ ନାହିଁ , ଯେଉଁଠି ପଛକୁ ଚାହିଁବୁ , ମୁଁ ସେଇଠି ପାଷାଣ ହେଇଯିବି I ଏଥିରେ ରାଜି ହେଇଥିଲେ ଗୋବିନ୍ଦ ରାଜା ଏବଂ ତା ପରଦିନ ଆଗେ ଆଗେ ରାଜା ଏବଂ ପଛରେ ଘୋଡାରେ  ମା ତାରିଣୀ ଚାଲିଥିଲେ କେନ୍ଦୁଝର I ଆନନ୍ଦପୁର ସୀମା ପାର କରି କେନ୍ଦୁଝର ଜଙ୍ଗଲ ଭିତରେ ଦୁହେଁ ପ୍ରବେଶ କଲାପରେ ମା ଙ୍କ ଲୀଳା ବଡ ବିଚିତ୍ର ଥିଲା , ହଠାତ ମା ଙ୍କ ପଦରୁ ଆଉ ରୁଣୁ ଝୁଣୁ ଶବ୍ଧ ସୁଭିଲାନି , ଏଥିରେ ରାଜା ବିଚଳିତ ହେଇ ପଛକୁ ଚାହିଁଦେଲେ , 

କିନ୍ତୁ ସର୍ତ ମୁତାବକ ମା ତାରିଣୀ ସେହି ଶାଳୁଆ ଗଛ ମୂଳରେ ପାଷାଣ ପାଲଟିଗଲେ , ଏବଂ ରାଜାଙ୍କୁ ଶୂନ୍ୟବାଣୀ କରିଥିଲେ ଯେ ସେ ସେହିଠାରେ ହିଁ ବାସ କରିବେ I ଏବଂ ସେହିଦିନ ଠାରୁ ମା କେନ୍ଦୁଝର  ଜଙ୍ଗଲ ମଧ୍ୟରେ ଶାଳୁଆ ବଣରେ ପୂଜା ପାଇଆସୁଛନ୍ତି I 

ଘଟଗାଁ କାହିଁକି ନାମିତ ହେଲା :-

ବଣରେ ଦେହୁରୀ ମାନେ ମାଙ୍କୁ ପୂଜା କରୁଥିଲେ , କିନ୍ତୁ ବେଳେବେଳେ ଦେହୁରୀ ମାନଙ୍କର ପରିବାର ରେ କାହାର ଜନ୍ମ କିମ୍ବା ମୃତ୍ୟୁ ହେଲେ ମା ଅପୂଜା ରହୁଥିଲେ ଏଇଥିପାଇଁ ରାଜା ଭାରି ଚିନ୍ତିତ ଥିଲେ , ଭକ୍ତ ର ମନ କଥା ଜାଣିପାରି ମା ରାଜାଙ୍କୁ ସ୍ବପ୍ନ କରିଥିଲେ କି , ଏକ ମାଟି ଘଟ ରେ ଗୋ ଘୃତ ପୁର୍ଣ କରି ମୋ ଆସ୍ଥାନ ନିକଟସ୍ଥ କୁସୁମ ବୃକ୍ଷ ଡାଳରେ ବାନ୍ଧିଦେବୁ , ଦେହୁରୀ ପୂଜା ଶେଷରେ ପ୍ରତିଦିନ ସେହି ପାଣିକୁ ସେହି ଘଟରେ ଛିଚିବୁ , ଏବଂ ଦେହୁରୀ ଯେତେବେଳେ ଅଶ୍ଉଚ  ଥିବ ସେହି ଘଟରୁ ଅଳ୍ପ ଟିକେ ଘିଅ ଏକ ପତ୍ର ରେ ନେଇ ପାନ କରିବ ଏବଂ ଆଉ ଟିକେ ଘିଅ ଦୁବ ଘାସ ରେ ବୁଡାଇ ମୁଣ୍ଡରେ ଛିଞ୍ଚିବ , ଏହାଦ୍ୱାରା ସେ  ଅଶ୍ଉଚ ରୁ ମୁକ୍ତି ପାଇ ମୋ ପୂଜା କରିପାରିବ I ସେହିଦିନ ଠାରୁ ଘିଅ ଘଟ ବନ୍ଧା ହେଇଥିବାରୁ ମା  ଆସ୍ଥାନ ଙ୍କ ନାମ ହେଲା ଘଟଗାଁ  

ଜୟ ମା ତାରିଣୀ ଦୁଃଖ ବିନାଶିନୀ

One Comment on “​ମାଁ ତାରିଣୀ ଙ୍କର  ଆଶ୍ଚର୍ଯ୍ୟ ଜନକ ରହସ୍ୟ : ଯାହା ଆପଣ  କଦାପି ଜାଣିନଥିବେ ”

Leave a Reply

Your email address will not be published. Required fields are marked *