ରାସ୍ତା କଡ଼ରୁ ଉଦ୍ଧାର ହେଇଥିବା ଅନାଥିନି  ନାବାଳିକା  ରିଙ୍କି ଙ୍କ ବାସ୍ତବ ପ୍ରେମ କାହାଣୀ

ବୟସ ହେଇଥାଏ 11 ,  ଝିଅ ବୋଲି ଘରୁ ତଡ଼ିଦେଇଥିଲେ ବାପା ମା  କିମ୍ବା ଚାଲିଯାଇଥିଲେ ଆର ପାରିକୁ ସେକଥା ଭଲକି  ଜଣା ନାହିଁ ତାକୁ  , ଅସହାୟ ଭାବରେ ଘୁରିବୁଲୁଥିଲା ଏ ଜାଗାରୁ ସେ ଜାଗାକୁ ,ଭୋକରେ ପୋଡିଯାଉଥାଏ ପେଟ , ଏ ଅବସ୍ଥାରେ  2005 ଭୁବନେଶ୍ୱର ରେଲୟେ ଷ୍ଟେସନ ରୁ ଅସହାୟ ଭାବରେ ଉଦ୍ଧାର ହେଇଥିଲେ 11 ବର୍ଷୀୟା ନାବାଳିକା ରିଙ୍କି ପରେ କଟକ ଅନାଥାଶ୍ରମ ବସୁନ୍ଧରା ରେ  ତାକୁ ରଖାଯାଇଥିଲା I

ସେହିଦିନଠାରୁ ବସୁନ୍ଧରା ପାଲଟିଯାଇଥିଲା ରିଙ୍କି ଙ୍କ ପରିବାର , ତଥାପି ତା ମନ ଯେମିତି ଗୁମୁରି ଗୁମୁରି କାନ୍ଦୁଥିଲା ,ଖୋଜୁଥିଲା ତା ବାପା ମା ,ପରିବାର କୁ I ୟା ଭିତରେ ଗଡିଯାଇଛି 13 ବର୍ଷ , ରିଙ୍କି ଏବେ 24 ବର୍ଷରେ ପଦାର୍ପଣ କରିସାରିଥିଲା I ହଠାତ ଦିନେ ଦେଉଳି ସାହିର  ଯୁବକ ସୌଦାଗର  ସହିତ ଭେଟ ହେଇଥିଲା ରିଙ୍କିର I ପ୍ରଥମ ଦେଖାରେ ଦୁହେଁ ଦୁହିଁକୁ ଭଲପାଇବସିଥିଲେ I

ପରିବାର ସ୍ନେହ ପାଇଁ  ଆଉତୁ ପାଉଟୁ ହେଉଥିବା ରିଙ୍କି କୁ  ମିଳିଥିଲା ସେହି ସବୁ ସ୍ନେହ ସୌଦାଗର ଠାରୁ ଯାହା ସେ ଦୀର୍ଘ 13 ବର୍ଷ ଧରି ଖୋଜୁଥିଲା I ଦୁହେଁ ଦୁହିଁକୁ ବିବାହ ପାଇଁ ନିଷ୍ପତି ନେଲେ ଏବଂ ବସୁନ୍ଧରା ର କର୍ତ୍ତୃପକ୍ଷ ଙ୍କୁ ଜଣାଇଲେ , ତଥାପି ଆଶା ନଥିଲା ରିଙ୍କିର ସତେ କଣ ଅନାଥିନି ରିଙ୍କିର ଭାଗ୍ୟରେ ପରିବାର ସ୍ନେହ ଅଛି ?  ଶେଷରେ ବର ବେଶ ସାଜି ବସୁନ୍ଧରା କୁ ଆସି ରିଙ୍କି ର ସ୍ବପ୍ନ କୁ ପୂରଣ କରିଥିଲେ ସୌଦାଗର I

ବିବାହରେ ଜିଲ୍ଲା ପ୍ରଶାସନ ସହିତ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଆଶୀର୍ବାଦ କରିଥିଲେ ନବଦମ୍ପତି ଙ୍କୁ I ଶେଷରେ ଅନାଥିନି ରିଙ୍କି ର ସ୍ବପ୍ନ ସତ ହେଇଥିଲା i ପ୍ରେମ ପରିଣତ ହେଇଥିଲା ବାସ୍ତବରେ

Leave a Reply

Your email address will not be published. Required fields are marked *