ଏମିତି ସଂକେତ ଆସିଲେ ଜାଣନ୍ତୁ ମୃତ୍ୟୁ ଆସିଗଲା ବହୁତ୍ ପାଖରେ

କଥାରେ ଅଛି ମର୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ହିଁ ମରଇ I  ସେଥିପାଇଁ ସ୍ୱୟଂ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର  ହୁଅନ୍ତୁ କିମ୍ବା କୃଷ୍ଣ ହୁଅନ୍ତୁ ସମସ୍ତେ ଏହି ନିୟମ କୁ ପାଳନ କରି ଦେହ ତ୍ୟାଗ କରିଥିଲେ  I  ଭଲ କର୍ମ କରିଥିଲେ ସ୍ୱର୍ଗ ପ୍ରାପ୍ତି ହେଇଥାଏ ଏବଂ ଖରାପ କର୍ମ ପାଇଁ ନର୍କ ଯନ୍ତ୍ରଣା ଦିଆଯାଏ ବୋଲି ବିଶ୍ୱାସ କରାଯାଏ I


 ମୃତ୍ୟୁର ଦେବତା ଯମରାଜ ହିଁ ଏ ସବୁର ଟିକ ନିକ୍ ଖବର ରଖନ୍ତି ବୋଲି ଆମର ବିଶ୍ୱାସ ରହିଛି I କୁହାଯାଏ ମୃତ୍ୟୁ କେତେବେଳେ ଆସିବ ତାହା କହିହେବନି କିନ୍ତୁ ଗରୁଡ ପୁରାଣ  ବିଶ୍ୱାସ ଅନୁଯାଇ ମୃତ୍ୟୁ ପୂର୍ବରୁ ଯମରାଜ ଚାରୋଟି ସଂକେତ ଦେଇଥାନ୍ତି ଯାହାଦ୍ୱାରା କି ମନୁଷ୍ୟ ବହୁ ପୂର୍ବରୁ ସତର୍କ ହେଇ ତାର ବାକି ଥିବା କର୍ମକୁ ପୂରଣ କରିପାରିବ I 

ଯେମିତିକି ବୃଦ୍ଧ ବୃଦ୍ଧା ମାନେ ସମୟ ର ଶେଷ ପର୍ଯ୍ୟାୟରେ ଉପନୀତ ହେଲେ ସେମାନଙ୍କୁ ଜଣାପଡ଼ିଯାଇଥାଏ ଅନ୍ତିମ ସମୟ ସେଥିପାଇଁ ସେମାନେ ସେମାନଙ୍କର ପ୍ରିୟଜନ , ବନ୍ଧୁବାନ୍ଧବ ମାନଙ୍କୁ ଖୋଜନ୍ତି କିମ୍ବା କିଛି ଅକୁହା କଥା ଥିଲେ ପ୍ରକାଶ କରିଥାନ୍ତି I 

1) ବୟସ ର ସାୟାନଃ  ସମୟରେ ପ୍ରଥମେ ଚୁଟି ପାଚି ଧୋବ ଫର ଫର ହେଇଥାଏ ଅର୍ଥାତ ଯମରାଜ ସୂଚନା ଦେଇଥାନ୍ତି ଯେ ହେ ମନୁଷ୍ୟ ଏବେ ତୋର ସମୟ ସରିଲା , ଯେ କୌଣସି ମୁହୂର୍ତ୍ତରେ ତୁ ପାଚିଲା ପତ୍ର ପରି ଝଡ଼ିଯିବୁ , ତେଣୁ ଏବେ ଠାରୁ ମୋହମାୟା ଛାଡି ଭଲ କର୍ମ କର I 

2) ବୟସ ର ଶେଷ ସମୟ ଆସିଲେ ଦାନ୍ତ ଝଡିଥାଏ ,  ବଂଚିବା ପାଇଁ ଖାଦ୍ୟ ର ଆବଶ୍ୟକତା ଜରୁରୀ ,ଦାନ୍ତ ଝଡିଗଲେ ଖାଦ୍ୟ ଖାଇବା ଏତେ ସହଜ ହେଇନଥାଏ , ଖାଦ୍ୟ ସାହରେ ହଜମ ହେଇନଥାଏ ,ଯାହା ଫଳରେ ଯମରାଜ ସୂଚନା ଦେଇଥାନ୍ତି ଏବେ ଏ ଖାଦ୍ୟ ଲୋଭରୁ ନିଜକୁ ଦୁରେଇ ରଖ ତୋ ଶେଷ ସମୟ ଉପନୀତ ହେଲା I 

3) ତୃତୀୟ ସନ୍ଦେଶ ସେତେବେଳେ ଆସିଥାଏ ଯେତେବେଳେ ମନୁଷ୍ୟ  ଅଣ୍ଟା ସଳଖି ଠିଆ ହେଇପାରିନଥାଏ I


 ଅର୍ଥାତ ଏ ଦେହ  ର ଭାର କୁ ସମ୍ଭାଳିବାକୁ ମନୁଷ୍ୟ ଏବେ ସକ୍ଷମ ନୁହେଁ , ଅନ୍ୟର ସାହାରା ନେବାକୁ ଚେଷ୍ଟା କରିଥାଏ ସେତେବେଳେ ଯମରାଜ ସୂଚନା ଦେଇଥାନ୍ତି ଯେ ଏବେ ଅନ୍ୟର ସାହାରା ନେବା ବନ୍ଦ କର ଭଗବାନ ଙ୍କ ସାହାରା ଖୋଜ ସେ ହିଁ ତୁମକୁ ମୁକ୍ତି ଦେବେ I 
4) ଚତୁର୍ଥ ସନ୍ଦେଶ  ସେତେବେଳେ ଆସିଥାଏ ଯେତେବେଳେ  ମନୁଷ୍ୟର  ଜ୍ଞାନଇନ୍ଦ୍ରିୟ  ଯଥା  ଘ୍ରାଣ ଶକ୍ତି , ଦୃଷ୍ଟି ଶକ୍ତି , ଶ୍ରବଣ ଶକ୍ତି  ହ୍ରାସ ହେବାରେ ଲାଗିଥାଏ I 


ଅର୍ଥାତ ଏବେ ଦୁନିଆର ସବୁ ମାୟା ଛିଣ୍ଡାଇ ବାକୁ ପଡିବ ଅଯଥା କଥା ନଶୁଣି , ନଦେଖି ,ଆତ୍ମା ପରାତ୍ମା କଥା ଚିନ୍ତା କର I ଏବେ ସମୟ ଆସିଗଲା ଶରୀର ତ୍ୟାଗ କରିବାର I

Leave a Reply

Your email address will not be published. Required fields are marked *