ଭୁଲ୍ ରେ ଏ 4ଟି କଥା କାହାକୁ କୁହନ୍ତୁ ନାହିଁ

ଚାଣକ୍ୟ ଶାସ୍ତ୍ର ଅନୁଯାଇ ଆମକୁ କିଛି କଥା ଅନ୍ୟ ଆଗରେ ପ୍ରକାଶ କରିବା କଥା ନୁହେଁ କାହିଁକିନା ଏହା ଦ୍ୱାରା ଆମର ଅଧିକ କ୍ଷତି ହେଇଥାଏ I ଏହି କଥା ଗୁଡିକୁ ସବୁବେଳେ ଗୁପ୍ତ ରଖିବା ଆବଶ୍ୟକ ଆସନ୍ତୁ ଜାଣିବା ସେହି କଥା ଗୁଡିକୁ 1) ଆର୍ଥିକ ସମସ୍ୟା : ଯଦି ଆପଣଙ୍କ ପାଖରେ ଅର୍ଥର ଅସୁବିଧା ଅଛି ତେବେ ଆପଣଙ୍କ ଆର୍ଥିକ ସମସ୍ୟା ବିଷୟରେ ଅନ୍ୟକୁ ଜଣାନ୍ତୁ ନାହିଁ କାହିଁକିନା ଏ ଦୁନିଆର ହେଉଛି ପଇସା ର ଗୋଲାମଯଦି ଅନ୍ୟ ମାନେ ଜାଣିବେ କି ଆପଣଙ୍କ ର ଆର୍ଥିକ ସମସ୍ୟା ଅଛି ତେବେ ଆପଣଙ୍କ ଅସୁବିଧା ସମୟରେ ଅନ୍ୟ ମାନେ ଆପଣଙ୍କୁ ସାହାଯ୍ୟ କରିବେ ନାହିଁ , କାହିଁକିନା ସେମାନେ ଭାବିବେ ଯେ ଆପଣଙ୍କୁ ଆର୍ଥିକ ସାହାଯ୍ୟ କଲେ ଆପଣ ତାଙ୍କ ଅର୍ଥ ଫେରାଇପାରିବେ ନାହିଁ ଯେହେତୁ ଆପଣଙ୍କର ଆର୍ଥିକ ସମସ୍ୟା ଅଛି I 2) କୁହାଯାଏ ନିଜ ର ଦୁଃଖ କୁ ଅନ୍ୟ ଆଗରେ ପ୍ରକାଶ କରିଦେଲେ କୁଆଡେ ଦୁଃଖ ହାଲକା ହେଇଯାଏ କିନ୍ତୁ ଶାସ୍ତ୍ର କୁହେ ନିଜର ଦୁଃଖ କୁ ଅନ୍ୟ ଜଣାନ୍ତୁ ନାହିଁ ,

କାହିଁକିନା ହୁଏତ ଅନ୍ୟମାନେ ଆପଣଙ୍କର ଦୁର୍ବଳତା ର ଫାଇଦା ନେଇପାରନ୍ତି ଏହା ଛଡା ଏ ଦୁନିଆରେ ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କର ଦୁଃଖ ଶୁଣିଲା ପରେ ଅନ୍ୟ ଆଗରେ ଏହାକୁ ନେଇ ମଜାକ କରିଥାନ୍ତି , ଯାହାଫଳରେ ଆପଣଙ୍କର ଦୁଃଖ ଦୂର ହେବ ଦ୍ୱାରା ଅଧିକ ବଢିଥାଏ I 3) ନିଜ ଘରର ପାରିବାରିକ କଳହ , ଝଗଡା ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ପ୍ରଣୟ ଏବଂ ଚରିତ୍ର ବିଷୟରେ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ

ଏହା ଦ୍ୱାରା ଆପଣଙ୍କର ସମସ୍ୟା ତ କଦାପି ସମାଧାନ ହେବନି ଅଯଥାରେ ଅନ୍ୟ ମାନେ ଏହାର ଫାଇଦା ନେଇପାରନ୍ତି I 4) ଯଦି କୌଣସି ନୀଚ ବ୍ୟକ୍ତି ଦ୍ୱାରା ଆପଣ ବେଇଜତ କିମ୍ବା ଅପମାନିତ ହେଇଛନ୍ତି ତେବେ ଏ ଘଟଣା ଅନ୍ୟ କାହାକୁ ଜଣାନ୍ତୁ ନାହିଁ ନଚେତ ଏହାଦ୍ୱାରା କେବଳ ଆପଣ ହିଁ ଅପମାନିତ ହେବେ କାହିଁକିନା ନୀଚ୍ଚ ଲୋକ ଆଡକୁ କାହା ଆଖି ଯିବ ନାହିଁ ଆପଣଙ୍କର ମର୍ଯ୍ୟାଦା ଆହୁରି ହାନି ହେବ I

Leave a Reply

Your email address will not be published. Required fields are marked *