ଏହି ସବୁ କାରଣ ପାଇଁ କିଡ଼ନୀ ଖରାପ ହେଇଥାଏ : ଭୁଲ ରେ ଏସବୁ କରନ୍ତୁ ନାହିଁ

କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ ଇଁ ତେବେ ଶରୀର କୁ ସୁସ୍ଥ ରଖିବାରେ ଶରୀର ର ଏକ ମୁଖ୍ୟ ଅଂଶ ହେଉଛି କିଡ଼ନୀ କିନ୍ତୁ ଆମର କିଛି ଅସାବଧାନତା ପାଇଁ ହୁଏତ କିଡ଼ନୀ ଖରାପ ହେଇଯାଇପାରେ I ଚାଲନ୍ତୁ ଜାଣିବା କେଉଁଥିପାଇଁ କିଡ଼ନୀ ଖରାପ ହୁଏ ଏବଂ ତାର ଉପଚାର ଗୁଡିକ I  1)ପରିସ୍ରା ଲାଗିବା ସମୟରେ ପରିସ୍ରା ନଗଲେ ,ପରିସ୍ରାରେ ଥିବା ବିଷାକ୍ତ ଦ୍ରବ୍ୟ ଆମ କିଡ଼ନୀ କୁ ଖରାପ କରିଥାଏ I 2) ଠିକ ସମୟରେ ଏବଂ ସଠିକ ପରିମାଣରେ ପାଣି ନ ପିଇବା ଦ୍ୱାରା କିଡ଼ନୀ ଉପରେ ପ୍ରଭାବ ପଡିଥାଏ I ଦୈନିକ 2/3 ଲିଟର ପାଣି ପିଅନ୍ତୁ I ଅଧିକ ପରିମାଣରେ କିମ୍ବା କମ ମାତ୍ରାରେ ପାଣି ପିଅନ୍ତୁ ନାହିଁ I

3) ଖାଦ୍ୟର ସ୍ୱାଦ ପାଇଁ ଲୁଣ ର ଆବଶ୍ୟକତା ଯଥେଷ୍ଟ I ବିନା ଲୁଣରେ ଖାଦ୍ୟ ସ୍ୱାଦିଷ୍ଟ ଲାଗିନଥାଏ I ଅଧିକ ପରିମାଣରେ ଲୁଣ ଖାଇବା ଦ୍ୱାରା, ଏହାର ପ୍ରଭାବ କିଡ଼ନୀ ଉପରେ ପଡିଥାଏ , ତେଣୁ ଯଥା ସମ୍ଭବ ଖାଦ୍ୟରେ ଲୁଣ ର ପରିମାଣ କମ କରନ୍ତୁ I

4) ଓଜନ ବୃଦ୍ଧି , କମ୍ ,ଉଞ୍ଚତା ବୃଦ୍ଧି …ଇତ୍ୟାଦି ପାଇଁ ଯଦି ଅଯଥା ମନଇଛା ମେଡ଼ିସିନ ଖାଉଥାନ୍ତି ଏହାର ପ୍ରଭାବ ସିଧାସଳଖ କିଡ଼ନୀ ଉପରେ ପଡିଥାଏ I ଏସବୁ ରୁ ଦୁରେଇ ରୁହନ୍ତୁ ଏବଂ ଅତ୍ୟଧିକ ଔଷଧ ସେବନ କରନ୍ତୁ ନାହିଁ I

5) ଅଧିକ ପରିମାଣରେ ଅଲକହଲ ବା ମଦ ପିଇବା , ତମାଖୁ , ସିଗାରେଟ ନେବା ଦ୍ୱାରା କିଡ଼ନୀ ଖରାପ ହେଇଥାଏ Iଏସବୁ ଅଭ୍ୟାସ ରୁ ନିଜକୁ ଦୁରେଇ ରଖନ୍ତୁ I 6) ସାଧାରଣତଃ ନିର୍ଧାରିତ ସମୟରୁ କମ ଶୋଇବା ଦ୍ୱାରା ଏହାର ପ୍ରଭାବ କିଡ଼ନୀ ଉପରେ ପଡିଥାଏI ଦୈନିକ ଅତି କମରେ 6/8 ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ I

Leave a Reply

Your email address will not be published. Required fields are marked *