ଘରୁ ବାହାରିବା ସମୟରେ କରନ୍ତୁ ଏପରି କାର୍ଯ୍ୟ ସବୁ ବିଘ୍ନ ଦୂର ହେଇ ଶୁଭ ହେବ

ଗୋଟେ ଢଗ ଆପଣ ନିଚୟ ଶୁଣିଥିବେ ମଙ୍ଗଳ ରାତି ବୁଧ ପାହାନ୍ତି ଯୁଆଡେ ଗଲେ ଶୁଭ ହୁଅନ୍ତି I

ଅର୍ଥାତ ବୁଧବାର ପାହାନ୍ତା ସକାଳୁ ସକାଳୁ ଯେଉଁ କାମରେ ଆପଣ ଯାଇଥାନ୍ତି ଶୁଭ ହେଇଥାଏ ବୋଲି ଧରାଯାଏ , କିନ୍ତୁ ଅଧିକାଂଶ ସମୟରେ ସବୁକାମ ଶୁଭ ହେଇନଥାଏ ଯାହାଫଳରେ ଆମ ମନରେ ଗ୍ଲାନି , ଦୁଃଖ ଆସିଥାଏ Iତେବେ ଚାଲନ୍ତୁ ଜାଣିବା ଯଦି ଆପଣ କେଉଁ କାମରେ ଘରୁ ବାହାରୁଛନ୍ତି କଣ କଲେ କାର୍ଯ୍ୟ ସିଦ୍ଧି ବା ଶୁଭ ହେଇଥାଏ I

1) ସକାଳୁ ସ୍ନାନ କାର୍ଯ୍ୟ ସାରି ଘରେ ଥିବା ପୂଜା ଘର /ଠାକୁର ଘରେ ପ୍ରଭୁ ଙ୍କୁ ମନର ଭକ୍ତି ସହିତ ପ୍ରଣାମ କରି ବାହାରନ୍ତୁ

2) ତୁଳସୀ ଗଛକୁ ସାକ୍ଷାତ କଳିଯୁଗର ଠାକୁରାଣୀ ଭାବରେ ମନାଯାଏ , ଯେତେବେଳେ ଆପଣ ବାହାରକୁ ବାହାରୁଛନ୍ତି , ଘର ଦୁଆର ମୁଁହରେ ଥିବା ତୁଳସୀ ଗଛକୁ ମୁଣ୍ଡିଆ ମାରି ବାହାରକୁ ଯାଆନ୍ତୁ

3) ବାହାରକୁ ଯିବା ସମୟରେ ମାତା ପିତାଙ୍କୁ ପ୍ରଣାମ କରି ବାହାରନ୍ତୁ , ସେମାନଙ୍କ ଆଶୀର୍ବାଦ ସବୁ ବିପଦ କୁ ଖଣ୍ଡନ କରିବ I
4) ଗୋ ମାତା କ୍ଷୀର ରୁ ପ୍ରସ୍ତୁତ ଦହି ହେଉଛି ଶୁଭ ,ବାହାରକୁ ବାହାରିବା ସମୟରେ ଦହି ସେବନ କରି ବାହାରନ୍ତୁ

5) ଘରୁ ବାହାରିଲା ସମୟରେ ପ୍ରଥମେ ଡାହାଣ ଗୋଡ ବାହାର କରି ବାହାରକୁ ଯାଆନ୍ତୁ , ସବୁ ସମସ୍ୟା ସମାଧାନ ହେବା ସହିତ ଶୁଭ ହେଇଥାଏ I

One Comment on “ଘରୁ ବାହାରିବା ସମୟରେ କରନ୍ତୁ ଏପରି କାର୍ଯ୍ୟ ସବୁ ବିଘ୍ନ ଦୂର ହେଇ ଶୁଭ ହେବ”

Leave a Reply

Your email address will not be published. Required fields are marked *