କୌଣସି ବି ଯୁବକ ଭୁଲ୍ ରେ ଏହି ସାତଟି କାମ କରନ୍ତୁ ନାହିଁ ନଚେତ ସାରା ଜୀବନ କାନ୍ଦୁଥିବେ

ପୁରୁଷ ପାଇଁ ସବୁଠୁ ବଡ ତଥା ଗର୍ବ ର ପରିଚୟ ହେଉଛି ତା ପୌରୁଷତ୍ୱ I ତେବେ ବେଳେ ବେଳେ ଆମ ଜାଣତରେ ହେଉ କିମ୍ବା ଅଜାଣତରେ ଏପରି କିଛି କାର୍ଯ୍ୟ ଆମେ କରିଥାଉ ଯାହାଦ୍ୱାରା ଆମ ଶୂକ୍ରାଣୁ କମି ଯାଇଥାଏ ଏବଂ ପୁରୁଷ ଟିଏ ପିତୃତ୍ୱ ଲାଭ କରିପାରିନଥାଏ I କାହିଁକିନା ସନ୍ତାନ ସୃଷ୍ଟି କରିବାରେ ପୁରୁଷ ଅଣ୍ଡକୋଷ ରେ ଥିବା Testosterone ହର୍ମନ ବା ଶୂକ୍ରାଣୁ ର ଭୂମିକା ଗୁରୁତ୍ୱପୂର୍ଣ୍ଣ I

ଚାଲନ୍ତୁ ଆଲୋଚନା କରିବା କେଉଁ ସବୁ ଭୁଲ ଦ୍ୱାରା ଶୂକ୍ରାଣୁ କମିଥାଏ1) ମଦ ବା ଆଲକହଲ ପିଇବା ଦ୍ୱାରା ଆମ ଶରୀର ରେ Testosterone ହର୍ମନ ର ଅଭାବ ଦେଖାଯାଇଥାଏ ,

ଯାହାଫଳରେ ଅଣ୍ଡକୋଷ ରେ କମ୍ ପରିମାଣରେ ଶୂକ୍ରାଣୁ ସୃଷ୍ଟି ହେଇଥାଏ ଯାହାକି ଧୀରେ ଧୀରେ ନଂପୁସକତା ରେ ପରିଣତ ହେଇଥାଏ I ଆଲକହଲ ପାନୀୟ ଠାରୁ ନିଜକୁ ଦୂରେଇରଖନ୍ତୁ I2) ସିଗାରେଟ , ବିଡି , ଚରସ କୋକିନ ,ତମାଖୁ , ନିଶା ଦ୍ରବ୍ୟ ସେବନ ଦ୍ୱାରା ଶୂକ୍ରାଣୁ ପରିମାଣ ହ୍ରାସ ହେଇଥାଏ I ଏସବୁ ଅଭ୍ୟାସ ତୁରନ୍ତ ଛାଡନ୍ତୁ I

3) ଅଧିକ ସମୟ ଯାଏଁ ସାଇକେଲ ର ସିଟ ରେ ବସି ଚଳାଇବା ଦ୍ୱାରା ଅଣ୍ଡକୋଷ ର ଶିର ଦବିଯାଇଥାଏ ଯାହାଫଳରେ ସଠିକ ପରିମାଣରେ ଶୂକ୍ରାଣୁ ସୃଷ୍ଟି ହେଇପାରିନଥାଏ , I ବେଶୀ ସମୟ ଯାଏଁ ସାଇକେଲ ଚଲାନ୍ତୁ ନାହିଁ I

4) ଅଣ୍ଡକୋଷ ରେ ଅତ୍ୟଧିକ ଉତ୍ତାପ ପହଁଚିଲେ ଶୂକ୍ରାଣୁ ମରିଯାଇଥାନ୍ତି , ଯେମିତିକି ଶୀତଦିନେ ଦୈନିକ ଗରମ ପାଣିରେ ଗାଧୋଇବା, ଲାପଟପ କୁ କୋଳ/ଜଙ୍ଘ ଉପରେ ଧରି କାମ କରିବା ଦ୍ୱାରା ଶୂକ୍ରାଣୁ କମିଯାଇଥାଏ I 5) ଶରୀରରେ ବିକିରଣ ବା ଏକ୍ସ ରେ କରିବା ଦ୍ୱାରା ଶୂକ୍ରାଣୁ ହ୍ରାସ ପାଇଥାଏ , ତେଣୁ ନିହାତି ଦରକାର ନଥିଲେ ଏକ୍ସ ରେ କରାନ୍ତୁ ନାହିଁ I

6) ଅତ୍ୟଧିକ ମୋଟା ପଣ ଯୋଗୁ Testosterone ହର୍ମନ ଉପରେ ପ୍ରଭାବ ପଡିଥାଏ ଏବଂ ଶୂକ୍ରାଣୁ କମିଯାଇଥାଏ I ତେଣୁ ନିୟମିତ ବ୍ୟୟାମ କରିବା ସହିତ ନିଜକୁ ଫିଟ ରଖନ୍ତୁ I 7) ଅତ୍ୟଧିକ ହସ୍ତମୈଥୁନ କରିବା ଦ୍ୱାରା ଶୂକ୍ରାଣୁ ର ପରିମାଣ କମିଯାଇଥାଏ I

Leave a Reply

Your email address will not be published. Required fields are marked *