ଏହି ସବୁ ଜିନିଷ ଭୁଲ୍ ରେ ବି ଘରେ ରଖନ୍ତୁ ନାହିଁ ନଚେତ ଦରିଦ୍ର ହେବା ସହିତ ଘରେ ଲାଗିରହିବ ଅଶାନ୍ତି

ବାସ୍ତୁ ଶାସ୍ତ୍ର ଅନୁଯାଇ ଏମିତି କିଛି ଜିନିଷ ଅଛି ଯାହାକୁ ଆମେ ଘରେ ରଖିବା ଦ୍ୱାରା ଘରେ ଅଶାନ୍ତି ଲାଗିରହିବା ସହିତ ଆମ ଅଜାଣତରେ ଦରିଦ୍ର ହେବାରେ ସାହାଯ୍ୟ କରିଥାଏ I

1) ପ୍ରେମର ପ୍ରତୀକ ତାଜମହଲ ପ୍ରାୟ ଅଧିକାଂଶ ଲୋକ ଙ୍କର ପସନ୍ଦ ହେଇଥାଏ ଯାହାଫଳରେ ତାଜମହଲ ର ପ୍ରତିକୃତି ଘରେ ରଖିଥାନ୍ତି I

ତାଜମହଲ ମମତାଜ ଙ୍କର ସମାଧି ପୀଠ, ଏହା ସିଧାସଳଖ ମୃତ୍ୟୁ ସହିତ ଜଡିତ ତେଣୁ ଏହାକୁ ଘରେ ରଖିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ସୃଷ୍ଟି ହେଇଥାଏ I

2) ଘରେ କୌଣସି ହ୍ୱିସାତ୍ମକ ଜୀବଜନ୍ତୁ, ବୁଡି ଯାଉଥିବା ଡଙ୍ଗା ର ଫଟ ଟାଂଗନ୍ତୁ ନାହିଁ I ଏହା ଅତ୍ୟନ୍ତ ଅଶୁଭ ହେଇଥାଏ I

3) କୁହାଯାଏ ମହାଭାରତ ହେଉଛି ସବୁଠାରୁ ମହାନ ଗ୍ରନ୍ଥ ଏହା ପୂଜନୀୟ ଅଟେ କିନ୍ତୁ ଯଦି ଆପଣଙ୍କ ଘରେ ଏହି ଗ୍ରନ୍ଥ ଅଛି ତେବେ ଏହାକୁ କୌଣସି ମନ୍ଦିର ରେ ଦେଇଦିଅନ୍ତୁ ,

ଏହାକୁ ଘରେ ରଖିବା ଦ୍ୱାରା ବାସ୍ତୁ ଶାସ୍ତ୍ର ଅନୁଯାଇ ଖରାପ ପ୍ରଭାବ ପକାଇଥାଏ ଯାହାଦ୍ୱାରା ଘରେ ସବୁବେଳେ କଳହ ଲାଗିରହିଥାଏ I

4) ଘରେ ଭାଙ୍ଗିଯାଇଥିବା ଦର୍ପଣ , ଏବଂ ଝରକା କିମ୍ବା ଯେ କୌଣସି କାଚ ଜିନିଷ ଯଦି ଭାଙ୍ଗିଯାଏ ତେବେ ଏହାକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ ନଚେତ ଏହା ଦ୍ୱାରା ଆର୍ଥିକ ସମସ୍ୟା ଲାଗିରହିବ I

5) ପୂଜା ଘରେ ସମ୍ନାସାମ୍ନି କୌଣସି ଦେବ ଦେବୀ ଙ୍କ ପ୍ରତିମା ରଖନ୍ତୁ ନାହିଁ ଏହା ଦ୍ୱରା ଘରେ ନକାରାତ୍ମକ ପ୍ରଭାବ ପଡିଥାଏ I

ଏହା ଦ୍ୱାରା ଆୟ କମ ଖର୍ଚ୍ଚ ଅଧିକ ହେଇଥାଏ

6) ଘରେ କୌଣସି କଣ୍ଟା ଜାତୀୟ ବୃକ୍ଷ ଲଗାନ୍ତୁ ନାହିଁ ଏହାଦ୍ୱାରା ଆର୍ଥିକ ସମସ୍ୟା ଦେଖାଦେବା ସହିତ କଳହ ଲାଗିରହିଥାଏ

7) ଖରାପ କିମ୍ବା ବନ୍ଦ ହେଇଯାଇଥିବା ଘଣ୍ଟା ଘରେ ରଖନ୍ତୁ ନାହିଁ ,

ଏହା ସହିତ ଖରାପ ଉପକରଣ କୁ ଘରୁ ତୁରନ୍ତ ବାହାର କରିଦିଅନ୍ତୁ , ଏହା ଘରେ ରହିବା ଦ୍ୱାରା ଅଶୁଭ ଶକ୍ତି ର ବୃଦ୍ଧି ହେଇଥାଏ I

Leave a Reply

Your email address will not be published. Required fields are marked *