ମହାଜ୍ଞାନୀ ରାବଣ ମୃତ୍ୟୁ ସମୟରେ କହିଥିବା 3 ଟି ମହାନ ନୀତିବାଣୀ

ରାବଣ ଥିଲେ ମହାନ ବିଦ୍ୱାନ ତଥା ପଣ୍ଡିତ , କିନ୍ତୁ ନିଜର ଅପକର୍ମ ଯଥା ସୀତା ମାତା ଙ୍କୁ ହରଣ କରି ରାମ ଙ୍କ ଦ୍ୱାରା ମୃତ୍ୟୁ ହେଇଥିଲା I ରାବଣ ମୃତ୍ୟୁ ସମୟରେ ସେଠାରେ ଉପସ୍ଥିତ ଥିବା ଲକ୍ଷ୍ମଣ ଙ୍କୁ ତିନୋଟି ଉପଦେଶ ତଥା ନୀତିବାଣୀ କହିଥିଲା , ଯାହାକି ଆଜିର ସମାଜ ରେ ଭଲ ଲୋକଙ୍କ ପାଇଁ ନିହାତି ଆବଶ୍ୟକ

1) ଶୁଭ କାର୍ଯ୍ୟ କୁ ଯଥାଶୀଘ୍ର ପୂରଣ କର , ଅର୍ଥାତ ପ୍ରଭୁ ରାମ ଚନ୍ଦ୍ର ଙ୍କ ଅବତାର କୁ ରାବଣ ଚିନ୍ହିପାରିନଥିଲା ,
ଯେଉଁଥିପାଇଁ ତାଙ୍କ ଶରଣ କୁ ଆସିବାକୁ ବହୁ ଡେରି ହେଇଗଲା I

ଯାହାର ପରିଣାମ ଥିଲା ରାବଣ ର ବଂଶ ନିପାତ ସହିତ ଲଙ୍କାପୁରି ର ଧ୍ବଂସ I

2) ନିଜ ଶତ୍ରୁକୁ କେବେଭି ଦୁର୍ବଳ ଭାବିବନି :-ବ୍ରହ୍ମା ଙ୍କ ଅମର ବର ପ୍ରାପ୍ତ ସମୟରେ ମହାନ ଯୋଦ୍ଧା ରାବଣ ମାଗିଥିଲା ଯେ କେବଳ ମଣିଷ ଏବଂ ବାନର ଛଡା ଅନ୍ୟ କେହି ବି ତାକୁ ମାରିପାରିବେ ନାହିଁ I

ଫଳସ୍ୱରୂପ ମନୁଷ୍ୟ ରୁପି ରାମଚନ୍ଦ୍ର ଙ୍କୁ ରାବଣ ଦୁର୍ବଳ ଭାବି ହେୟଜ୍ଞାନ କରିଥିଲା ଯାହାର ପରିଣାମ ତାକୁ ସେହି ମନୁଷ୍ୟ ରୁପି ରାମ ଙ୍କ ହାତରେ ମୃତ୍ୟୁଦଣ୍ଡ ମିଳିଥିଲା I

3) ନିଜର ଗୁପ୍ତ ରହସ୍ୟ କାହାକୁ ବି ଜଣାନ୍ତୁ ନାହିଁ :

-କାହିଁକିନା ଏହା ଦ୍ୱାରା ଆପଣଙ୍କର ବହୁ ଅସୁବିଧା ହେଇଥାଏ I ରାବଣ ର ମୃତ୍ୟୁ ରହସ୍ୟ କେବଳ ନିଜ ଭାଇ ବିଭୀଷଣ ଜାଣିଥିଲା ଏବଂ ଏହି ରହସ୍ୟ ରାମ ଙ୍କୁ ଜଣାଇଥିଲା ବିଭୀଷଣ , ଯାହାଫଳରେ ରାବଣ ର ମୃତ୍ୟୁ ହେଇଥିଲା

Leave a Reply

Your email address will not be published. Required fields are marked *