ମଞ୍ଚ ସଭାରେ କାନ୍ଦିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ଅଟକାଇ ପାରିଲେନାହିଁ ଅମାନିଆ ଲୁହକୁ

1999 ମସିହାର ମହାବାତ୍ୟା ର କରାଳ ବିଭୀଷିକା ରେ ହଜାର ହଜାର ଲୋକ ପୋକମାଛି ପରି ମୃତ୍ୟୁବରଣ କରିଥିଲେ I ମୃତ୍ୟୁର ତାଣ୍ଡବ ଖେଳାଇ ପୁରା ଓଡିଶାକୁ ଦୋହଲାଇଦେଇଥିଲା ମହାବାତ୍ୟା I କିଏ ମା କୁ ହଜାଇଛି ତ ଆଉ କିଏ ପୁଅ , ସ୍ତ୍ରୀ , ଭାଇ ବନ୍ଧୁ କୁଟୁମ୍ଭ I ଆଜିବି ସେ ସ୍ମୃତି ମନେପଡିଲେ ଭୁକ୍ତଭୋଗୀ ମାନଙ୍କର ଆଖି ଛଳ ଛଳ ହେଇଯାଏ I ଭାରତ ରେ ସଫଳତା ସାଉଁଟିଥିବା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ,ମହାବାତ୍ୟା ର ସେହି ସ୍ମୃତି କୁ ନେଇ ପୁଣି ଥରେ ଗତକାଲି ଛତ୍ରପୁର ରେ ଏକ ନାଟକ ପରିବେଷଣ କରିଥିଲେ I

ଗରିବୀ ମାନଙ୍କର କିପରି ମାନସିକ ,ଆର୍ଥିକ ସ୍ତିତି ଦୋହଲିଯାଇଥିଲା ସେଇ ଘଟଣା ରେ I ମୁଠାଏ ଖାଇବାକୁ କିପରି ଡହଳ ବିକଳ ହେଇଉଠୁଥିଲେ I ଅଭିନୟ ଏତେ ଜୀବନ୍ତ ଏବଂ ଚମତ୍କାର ଥିଲା ଯେ ମଞ୍ଚରେ ଉପସ୍ଥିତ ସମସ୍ତ ପ୍ରତିନିଧି ଭାବପ୍ରବଣ ହେଇପଡ଼ିଥିଲେ I ଆଉ ଏଇଥିରୁ ବାଦ ପଡିନଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ମହାବାତ୍ୟାର ଏହି କରୁଣ ସ୍ମୃତି ରେ ଭାବପ୍ରବଣ ହେଇପଡ଼ିଥିଲେ , ନିଜର କୋହ ସମ୍ଭରଣ କରିପାରିନଥିଲେ , ଆଖି ଦେଇ ବୋହିଯାଇଥିଲା ଅମାନିଆ ଲୁହ I

ପାଖରେ ଥିବା ଆସିଷ୍ଟାଣ୍ଟ ବଢ଼ାଇଦେଇଥିଲେ ରୁମାଲ I ଲୁହ କୁ ଲୁଚେଇବାକୁ ଯେତେ ଚେଷ୍ଟା କଲେ ବି ପାରିନଥିଲେ ଧରା ପଡିଯାଇଥିଲା ଉପସ୍ଥିତ ଗଣମାଧ୍ୟମ ମାନଙ୍କ କ୍ୟାମେରା ସାମ୍ନାରେ I ମୁଖ୍ୟମନ୍ତ୍ରୀ ବି ସାଧାରଣ ଲୋକମାନଙ୍କ ପରି କାନ୍ଦିପାରନ୍ତି ସେକଥା କେବଳ ଆଲୋଚନା ଚାଲୁଥିଲା ହଲ ଭିତରେ I ସୂଚନା ଥାଉ କି ଛତ୍ରପୁର ରେ ଗରିବୀ ମାନଙ୍କୁ ଜମି ପଟ୍ଟା ଦେବା ପାଇଁ ଏ ଆୟୋଜନ କରାଯାଇଥିଲା I

Leave a Reply

Your email address will not be published. Required fields are marked *