ଏହି 4ଟି କାମରେ ଭୁଲ୍ ରେ ବି ଲାଜ କରନ୍ତୁ ନାହିଁ ନଚେତ ବହୁତ ପସ୍ଥାଇବେ

ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଅନୁଯାଇ ଆମକୁ ଚାରୋଟି କାମରେ ଲାଜ କରିବା ଉଚିତ ନୁହେଁ କାହିଁକିନା ଏହି କାମରେ ଲାଜ କରିବା ଦ୍ୱାରା କେବଳ ଆମର କ୍ଷତି ହେଇଥାଏ I ତେବେ ଚାଲନ୍ତୁ ଜାଣିବା ସେସବୁ କାର୍ଯ୍ୟ କଣ I

1) ଧାର ଅସୁଲ ସମୟରେ :

ଯଦି କାହାକୁ ପଇସା ଧାର ଦେଇଛନ୍ତି , ଏବଂ ତାକୁ ମାଗିବାକୁ ଆପଣଙ୍କୁ ଖରାପ ବା ଲାଜ ଲାଗୁଚି ତେବେ ତୁରନ୍ତ ଲାଜ ଛାଡି ବକେୟା ପଇସା ମାଗନ୍ତୁ , ନଚେତ ଆପଣଙ୍କର ହିଁ ଆର୍ଥିକ କ୍ଷତି ହେବ I

2) ଭୋଜନ ସମୟରେ :

ଖାଇବା ସମୟରେ ଲାଜ କରନ୍ତୁ ନାହିଁ , ଏମିତି ହେଇଥାଏ ବେଳେବେଳେ ଆପଣ ବନ୍ଧୁ ବାନ୍ଧବ ଘରକୁ ଯାଇଥାନ୍ତି ଏବଂ ଖାଇବା ସମୟରେ ଲାଜ କରିବା ଯୋଗୁ ପେଟ ଭୋକିଲା ରହିଥାଏ I ତେଣୁ ଖାଇବା ସମୟରେ ଲାଜ କରନ୍ତୁ ନାହିଁ I

3) ଜ୍ଞାନ ଶିକ୍ଷା ସମୟରେ :

ଗୁରୁଙ୍କ ଠାରୁ ପାଠ ଶିକ୍ଷା ସମୟରେ ଲାଜ କରନ୍ତୁ ନାହିଁ , କାହିଁକିନା କ୍ଷତି ଆପଣଙ୍କର ହେଇଥାଏ , ଯେଉଁ ପାଠ ବୁଝିପାରୁନାହାନ୍ତି ,ଲାଜ ଛାଡି ବାରମ୍ବାର ଗୁରୁଙ୍କ ଠାରୁ ବୁଝନ୍ତୁ I

4) ସମ୍ଭୋଗ ସମୟରେ :

କୁହାଯାଏ ଏକ ଭଲ ସମ୍ପର୍କ ପାଇଁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଶାରୀରିକ ସମ୍ପର୍କ ବହୁତ ଗୁରୁତ୍ୱପୂର୍ଣ୍ଣ I କିନ୍ତୁ ବେଳେବେଳେ ଦେଖାଯାଏ ସମ୍ଭୋଗ ସମୟରେ ସ୍ତ୍ରୀ କିମ୍ବା ପୁରୁଷ ମାନେ ଲାଜ କରିବା ଦ୍ୱାରା ସମ୍ଭୋଗ ରୁ ତୃପ୍ତି ଠିକସେ ପାଇପାରିନଥାନ୍ତି ଏବଂ ଲାଜ ରେ ଏ କଥା ଅନ୍ୟକୁ କହିପାରିନଥାନ୍ତି I ତେଣୁ ସ୍ୱାମୀ ସ୍ତ୍ରୀ ସମ୍ଭୋଗ ସମୟରେ ଲାଜ ଛାଡ଼ନ୍ତୁ I

Leave a Reply

Your email address will not be published. Required fields are marked *