ମହାଙ୍ଗା ପଡିଲା ଥାନା ବାବୁଙ୍କ ବୃଦ୍ଧା ଙ୍କୁ ମାଡ :ନିମାପଡା ରୁ ପୁରୀ ହେଡ୍‌କ୍ବାର୍ଟରକୁ ବଦଳି

ଶେଷରେ ବୃଦ୍ଧାଙ୍କୁ ମିଳିଛି ନ୍ୟାୟ I ପୁରୀ ନିମାପଡ଼ା ଥାନାରେ ବୃଦ୍ଧାଙ୍କୁ IICଙ୍କ ମାଡ଼ ଅଭିଯୋଗ ରେ , ପୁରୀ ହେଡ୍‌କ୍ବାର୍ଟରକୁ IIC ମୃତ୍ୟୁଞ୍ଜୟ ସ୍ବାଇଁଙ୍କ ବଦଳି କରାଯାଇଛି I ଗତ ୭ ତାରିଖରେ IIC ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା Iଘଟଣାଟି 7 ତାରିଖରେ ଘଟିଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇନଥିଲା , ତେବେ IIC ଙ୍କ କରିତକର୍ମା କାର୍ଯ୍ୟ ସୋସିଆଲ ମିଡିଆରେ ଭାଇରଲ ହେଲା ପରେ ପୁରୀ ହେଡ୍‌କ୍ବାର୍ଟରକୁ IIC ମୃତ୍ୟୁଞ୍ଜୟ ସ୍ବାଇଁଙ୍କ ବଦଳି କରାଯାଇଛି I ବୋଧହୁଏ କନ୍ଧମାଳ କିମ୍ବା ମାଲକାନଗିରି କୁ ତୁରନ୍ତ ବଦଳି ହେଇପାରେ କାହିଁକିନା ଏହିପରି ପୁରୀ ତାଳବଣିଆ IIC ମାତାଲ ଅବସ୍ଥାରେ ସମ୍ବାଦିକ ଙ୍କୁ ଗାଳିଗୁଲଜ କରିଥିଲେ ଏବଂ ତାଙ୍କୁ ହେଡ୍‌କ୍ବାର୍ଟରକୁ ବଦଳି ପରେ ମାଲକାନଗିରି ପଠାଇଦିଆଯାଇଥିଲା I

ସୂଚନା ଥାଉ କି ଗତ 7 ତାରିଖରେ ରିତା ବାରିକ ନାମକ ଜଣେ ମହିଳା ତାଙ୍କ ସ୍ୱାମୀ ଏବଂ ଶଶୁର ଙ୍କ ନାମରେ ଯୌତୁକ ମାମଲା ଦାୟର କରିଥିଲା ଏ ଘଟଣାରେ ନିମାପଡା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ମହିଳା ଙ୍କ ଶାଶୁ ବାସନ୍ତୀ ପାଲଟ ଙ୍କୁ ଘରୁ ଉଠାଇଆଣି ବହୁତ ମାଡ ମାରିଥିଲେ I 74 ବର୍ଷୀୟା ବୃଦ୍ଧା ଯନ୍ତ୍ରଣା ରେ ଯେତେ ଛାଟିପିଟି ହେଲେ ମଧ୍ୟ ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ଛାଡ଼ିନଥିଲେ I ଘଟଣାରେ ବୃଦ୍ଧାଙ୍କର ପିଚା ସିଝି କଇଁଥା ପଡିଯାଇଥିଲା , ବୃଦ୍ଧା ଜଣକ ଚାଲିପାରୁ ନଥିଲେ ଏବଂ ନ୍ୟାୟ ପାଇଁ ବୃଦ୍ଧା ଜଣକ ପୁରୀ ଏସପି ଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ I

Leave a Reply

Your email address will not be published. Required fields are marked *