ମହାବଳୀ ହନୁମାନ୍ କାହାକୁ ବିବାହ କରିଥିଲେ ??

କୁହାଯାଏ ସମଗ୍ର ଭକ୍ତ ମଧ୍ୟରେ ହନୁମାନ ଶ୍ରେଷ୍ଠ I ପ୍ରଭୁ ଙ୍କ ପାଇଁ ତାଙ୍କ ପାଖରେ ଥିବା ଅଖଣ୍ଡ ଭକ୍ତି ପାଇଁ ସେ ସମଗ୍ର ବିଶ୍ୱରେ ପୂଜିତ I ସବୁ ସଙ୍କଟ ରୁ ସେ ମୋଚନ କରନ୍ତି ବୋଲି ତାଙ୍କୁ ସଂକଟମୋଚନ କୁହାଯାଏ I ତେବେ ଆମେ ସମସ୍ତେ ଜାଣିଛେ ଯେ ହନୁମାନ ବିବାହ କରିନାହାନ୍ତି ସେ ବ୍ରହ୍ମଚର୍ଯ୍ୟ ଅଟନ୍ତି I କିନ୍ତୁ ସଂସାର ର ମଙ୍ଗଳ ପାଇଁ ପ୍ରଭୁ ହନୁମାନ ମଧ୍ୟ ବିବାହ କରିଥିଲେ I ଯାହାର ପ୍ରମାଣ ସ୍ୱରୂପ ଆନ୍ଧ୍ରପ୍ରଦେଶ ର ଖମନ ଜିଲାରେ ଏକ ମନ୍ଦିର ରେ ପ୍ରଭୁ ହନୁମାନ ଙ୍କ ସହିତ ତାଙ୍କ ପତ୍ନୀ ଙ୍କର ପୂଜା କରାଯାଉଛି , ଯାହାକୁ ଦେଖିବାକୁ ହଜାର ହାଜର ସଂଖ୍ୟାରେ ଭକ୍ତ ସେଠାରେ ଭିଡ ଲଗାଇଥାନ୍ତି I

କେମିତି ଏବଂ କିପରି ବିବାହ କରିଥିଲେ ହନୁମାନ :

ପୁରାଣ ଅନୁଯାଇ, ହନୁମାନ ଯେତେବେଳେ ଛୋଟ ଥିଲେ ତାଙ୍କ ଠାରେ ପ୍ରଚଣ୍ଡ ଶକ୍ତି ଥିଲା , ଦିନେ କ୍ଷୁଧା ଲାଗିବାରୁ ପ୍ରଭୁ ହନୁମାନ ସ୍ୱୟଂ ସୂର୍ଯ୍ୟଦେବ ଙ୍କୁ ଏକ ଫଳ ଭାବି ଖାଇଦେଇଥିଲେ ,ଏବଂ ପରେ ସୂର୍ଯ୍ୟଦେବ ଙ୍କୁ ବାହାର କରିଥିଲେ ତାଙ୍କ ପାଟିରୁ , ସେହିଦିନଠାରୁ ସୂର୍ଯ୍ୟଦେବ ମଧ୍ୟ ହନୁମାନଙ୍କୁ ତାଙ୍କ ଶିଷ୍ୟ ଭାବେ ଗ୍ରହଣ କରିଥିଲେ I

ବଡ ହେବା ପରେ ହନୁମାନ ସୂର୍ଯ୍ୟଦେବ ଙ୍କ ଠାରୁ ଜ୍ଞାନ ଶିକ୍ଷା କରିଥିଲେ I ସୂର୍ଯ୍ୟଦେବ ଙ୍କ ପାଖରେ ଥିବା 9 ଟି କଳାରୁ ସୂର୍ଯ୍ୟଦେବ 5 ଟି କଳା ହନୁମାନ ଙ୍କୁ ଶିଖାଇଦେଇଥିଲେ , କିନ୍ତୁ ଅବଶିଷ୍ଟ 4 ଟି କଳା ଶିକ୍ଷା ଦେବାକୁ ମନାକରିଥିଲେ I ସଂସାର ର ନିୟମନୁଯାଇ ଅବିବାହିତ ମାନଙ୍କୁ ସେଇ 4 ଟି କଳା ଶିକ୍ଷା ଦିଆଯାଇନାହିଁ ବୋଲି ହନୁମାନ ଙ୍କୁ କହିଥିଲେ ସୂର୍ଯ୍ୟଦେବ I

ହନୁମାନ ବିବାହ କଲେ ଏହି ଚାରୋଟି ଶିକ୍ଷା ଶିଖିପାରିବେ I ବଡ ଦ୍ଵିଧା ରେ ପଡିଗଲେ ହନୁମାନ , କାହିଁକିନା ବିବାହ କରିବାକୁ ସମ୍ପୂର୍ଣ୍ଣ ଭାବରେ ମନା କରିଦେଇଥିଲେ ହନୁମାନ , କିନ୍ତୁ ସଂସାର ର ଭଲ ପାଇଁ ବାକି ଚାରୋଟି କଳା ନିହାତି ଆବଶ୍ୟକ ଥିଲା , ତେଣୁ ବାଧ୍ୟ ହେଇ ସୂର୍ଯ୍ୟଦେବ ତାଙ୍କର ପରମ ତପସ୍ୱୀ ,ଏବଂ ତେଜସ୍ୱି ପୁତ୍ରୀ ସୁବର୍ଯଳା କୁ ହନୁମାନ ଙ୍କୁ ବିବାହ ପାଇଁ ରାଜି କରାଇଥିଲେ I

ସୁବର୍ଯଳା ଙ୍କୁ ବିବାହ ପରେ ହନୁମାନ ଅବଶିଷ୍ଟ କଳା ଶିକ୍ଷା କରିଥିଲେ I ସୁବର୍ଯଳା ଙ୍କ ସହିତ ବିବାହ ହନୁମାନ ଙ୍କ ବ୍ରହ୍ମଚର୍ଯ୍ୟ ଉପରେ କୌଣସି ପ୍ରଭାବ ପକାଇପାରିନଥିଲା, ବିବାହ ପରେ ସୁବର୍ଯଳା ତପସ୍ୟା ପାଇଁ ଘୋର ଜଙ୍ଗଲ କୁ ଚାଲିଯାଇଥିଲେ ଏବୋ ହନୁମାନ ମଧ୍ୟ ବ୍ରହ୍ମଚାରୀ ହୋଇଥିଲେ I

Leave a Reply

Your email address will not be published. Required fields are marked *